ଭୁବନେଶ୍ୱର : ପିଏମ କିଷାନରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ଼ ଖବର । ସାମିଲ ହେବାକୁ ସରକାର ଦେଲେ ବଡ଼ ସୁଯୋଗ । ସେପ୍ଟେମ୍ବର ୮ତାରିଖରୁ କେୱାଇସି ଅବଧିକୁ ଆଉ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର । ସିଏମ କିଷାନ ପାଉଥିବା ହିତାଧିକାରୀ ପିଏମ କିଷାନରେ କେୱାଇସି ଅପଡେଟ କରି ସାମିଲ ହୋଇପାରିବେ । ଏବେ ସିଏମ କିଷାନରେ ୫୧ ଲକ୍ଷ ୫୪ ହଜାର ଥିବା ବେଳେ ପିଏମ କିଷାନରେ ୩୪ ଲକ୍ଷ ୮୫ ହଜାର ହିତାଧିକାରୀ ସାମିଲ ଅଛନ୍ତି । ପୂର୍ବ ବର୍ଷ ଅପେକ୍ଷା ଅଧିକ ୬ ଲକ୍ଷ ହିତାଧିକାରୀ ପିଏମ କିଷାନରେ ସାମିଲ କରିଛନ୍ତି ନୂଆ ସରକାର । ଅଧିକ ଚାଷୀଙ୍କୁ ଯୋଡିବାକୁ ସରକାର କରୁଛନ୍ତି ସ୍ପେଶାଲ ଡ୍ରାଇଭ ।

Comments are closed.