ପ୍ରଫୁଲ୍ଲ ମଲ୍ଲିକ ବିଜେଡି ରୁ ନିଲମ୍ବିତ

ଭୁବନେଶ୍ୱର : ବିଜେଡିରୁ ସସ୍ପେଣ୍ଡ ହେଲେ ବରିଷ୍ଠ ନେତା ପ୍ରଫୁଲ୍ଲ ମଲ୍ଲିକ । ଦଳ ବିରୋଧୀ ମନ୍ତବ୍ୟ ଯୋଗୁଁ ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶରେ ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ଦଳ ଉପ ସଭାପତି ପ୍ରତାପ ଜେନା । ଏନେଇ ବିଜୁ ଜନତା ଦଳ ପକ୍ଷରୁ ଏଲ ପ୍ରେସ ରିଲିଜ ଜରିଆରେ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରଫୁଲ୍ଲ ମଲ୍ଲିକ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପ୍ରାକ୍ତନ ବିଧାୟକ ।

ସୂଚନାନୁସାରେ,ଗୁରୁବାର ଗଣମାଧ୍ୟମକୁ ବଡ଼ ବୟାନ ଦେଇଥିଲେ ପ୍ରଫୁଲ୍ଲ ମଲ୍ଲିକ । ମୁଁ ଏବେ ବିଜେଡିରେ ଅଛି। କିନ୍ତୁ କୌଣସି ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଉନି। ଆଗକୁ ଦଳ ଯଦି ଠିକ ଢଙ୍ଗରେ ନ ଚାଲିବ ତା’ହେଲେ ଦଳ ଠାରୁ ଦୂରେଇଯିବି। ଦଳ ଆଉ ପୂର୍ବ ବିଚାରଧାରାରେ ନାହିଁ। ଦଳକୁ ସଙ୍ଗଠିତ କରିବାକୁ କିଛି ପରାମର୍ଶ ଦେଇଥିଲୁ। ରାଜନୈତିକ ବ୍ୟାପାର କମିଟି ଓ ଶୃଙ୍ଖଳା କମିଟି ଭଳି ଦୁଇଟି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଅନ୍ୟ ପ୍ରସ୍ତାବଗୁଡ଼ିକୁ ଗ୍ରହଣ କରାଯାଇନି। ମୋ ସହିତ କେହି ଆଲୋଚନା କରିନାହାନ୍ତି କି ମୁଁ କାହାକୁ ଭେଟିନି। ଏବେ ନୂଆ ବିଜେଡି ଗଠନର ସମୟ ନୁହେଁ। ପୁରୁଣା ବିଜେଡିକୁ ଠିକ୍‌ ଭାବେ ଚଳାଇବାକୁ ପଡ଼ିବ। ଆଉ ଏହି ମନ୍ତବ୍ୟ ପରେ ତାଙ୍କୁ ଆଜି ଦଳରୁ ବିଦା କରାଯାଇଛି ।

ଅନ୍ୟପଟେ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ସେ ଆଜି ସକାଳୁ ଦଳରୁ ଇସ୍ତଫା ଦେଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.