ଖାଦ୍ୟନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି

ବ୍ରହ୍ମପୁର : ବୃଦ୍ଧଙ୍କ ଖାଦ୍ୟ ନଳୀରୁ ବାହାରିଲା ୯ ଇଞ୍ଚର ଦାନ୍ତକାଠି । ଅସାବଧାନତା ଯୋଗୁଁ ଦାନ୍ତକାଠି ଗିଳି ଦେଇଥିଲେ ବୃଦ୍ଧ । ଏମକେସିଜି ମେଡିକାଲର ଇଏନଟି ବିଭାଗର ସଫଳ ଅସ୍ତ୍ରୋପଚାର ପରେ ୮୦ ବର୍ଷୀୟ ବୃଦ୍ଧଙ୍କ ଖାଦ୍ୟନଳୀରୁ ୯ ଇଞ୍ଚର ଏକ ଦାନ୍ତକାଠି ବାହାର କରାଯାଇଛି । ଅସାବଧାନତା ଯୋଗୁଁ ବୃଦ୍ଧ ଜଣଙ୍କ ଦାନ୍ତ କାଠିଟିକୁ ଗିଳି ଦେଇଥିଲେ । ଦୀର୍ଘ ୧ ଘଣ୍ଟା ଧରି ପରିଶ୍ରମ କରିବା ପରେ ଖାଦ୍ୟନଳୀରୁ ଦାନ୍ତକାଠିକୁ ବାହାର କରାଯାଇଛି । ପେଟ ଭିତରେ ଦାନ୍ତକାଠି ରହିଯାଇଥିବାରୁ ସପ୍ତାହେ ହେଲାଣି ଭୋକରେ ରହିଥିଲେ ବୃଦ୍ଧ ।

ସୂଚନାନୁସାରେ,ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ନାଟଙ୍ଗା ଗାଁର ୮୦ ବର୍ଷୀୟ କାମରାଜୁ ନାୟକ ଗତ ସପ୍ତାହେ ତଳେ ଦାନ୍ତ ଘଷୁଥିବା ସମୟରେ ଅସାବଧାନତା ବଶତଃ ତାହା ପେଟ ଭିତରକୁ ଚାଲି ଯାଇଥିଲା Iଏଥିଯୋଗୁଁ ଅସହ୍ୟ ଯନ୍ତ୍ରଣା ସହ ଖାଇବାରେ ସମସ୍ୟା ଭୋଗିଥିଲେ ବୃଦ୍ଧ । ତେଣୁ ପରିବାର ଲୋକ ବୃଦ୍ଧଙ୍କୁ MKCGରେ ଭର୍ତ୍ତି କରାଇବା ପରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ଏସୋଫାଗୋସ୍କୋପ୍ ପଦ୍ଧତିରେ ଦୀର୍ଘ ଏକ ଘଣ୍ଟା ଧରି ଅସ୍ତ୍ରୋପଚାର ପରେ ଖାଦ୍ୟନଳୀରୁ ଦାନ୍ତକାଠିକୁ ବାହାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବିଭାଗୀୟ ମୁଖ୍ୟ ଆସୋସିଏଟ୍ ପ୍ରଫେସର୍ ଡା. ସଞ୍ଜିତ କୁମାର ମିଶ୍ର କହିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.