ଆଠଗଡ଼ : ମସଲାରେ ବ୍ୟାପକ ଅପମିଶ୍ରଣ ପରେ ଏଣିକି କ୍ଷୀର ଇ କ୍ଷୀର ଅପମିଶ୍ରଣବେଳେ ଚଢ଼ାଉ କରିଛି ପୋଲିସ । ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲା ଆଠଗଡ଼ରେ ଗୁରୁଡ଼ି ଝାଟିଆ ଆନା କୁଷ୍ପଙ୍ଗୀ ନିକଟରେ ଥିବା ଏକ ହୋଟେଲ ପଛରେ ଚାଲିଥିଲା ଏହି ଅପମିଶ୍ରଣ କାରବାର । ଖବର ପାଇ ଗୁରୁଡ଼ିଝାଟିଆ ପୋଲିସ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ କ୍ଷୀର ଟ୍ୟାଙ୍କ ସହ କ୍ଷୀରରେ ମିଶ୍ରଣ କରାଯାଉଥିବା ଲୁଣ,ବ୍ୟାପକ ପରିମାଣରେ ପାଉଡର ଏବଂ କେମିକାଲକୁ ଜବତ କରିଛି ପୋଲିସ । ତେବେ ଚଢ଼ାଉର ଖବର ପାଇ ଟ୍ୟାଙ୍କର ଡ୍ରାଇଭର ସମେତ କ୍ଷୀର ଅପମିଶ୍ରିତ କରୁଥିବା ଦୁର୍ବୃତ୍ତ ମାନେ ଫେରାର ହୋଇଯାଇଛନ୍ତି । ଦୀର୍ଘ ଦିନ ଧରି ଏଭଳି ଅପମିଶ୍ରଣ ଚାଲିଥିବା ନେଇ ନଜର ରଖିଥିଲା ପୋଲିସ। ମେସିନ୍ ଦ୍ବାରା କ୍ଷୀର ଗାଡି ମଧ୍ୟରେ ପାଣି ଲୋଡ କରି କ୍ଷୀରକୁ ବାହାର କରି ସେଥିରେ ଲୁଣ, ପାଉଡର୍ ଓ ଏକ କେମିକାଲ ମିଶାଇ ବଜାରକୁ ଛଡ଼ାଯାଉଥିଲା । ଏହି କ୍ଷୀର ଗାଡ଼ି ସମ୍ବଲପୁରରୁ କଟକର ଏକ ଦାମୀ କମ୍ପାନୀକୁ ଯାଉଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

Comments are closed.