ହେଟା ବାଘ ଆକ୍ରମଣରେ ୨ କଲେଜ ଛାତ୍ର ଆହତ

କରଞ୍ଜିଆ : ମୟୂରଭଞ୍ଜ ଜିଲା ଦୁଧିଆଣି ରେଞ୍ଜ ତିନିଟିଆ ଗାଁରେ ହେଟାବାଘ ଆତଙ୍କ। ହେଟାବାଘ ଆକ୍ରମଣରେ କଲେଜ ଛାତ୍ର ସମେତ ୨ଜଣ ଆହତ ହୋଇଛନ୍ତି। ହେଟାବାଘ ଆକ୍ରମଣ ପରେ ଅଞ୍ଚଳ ରେ ଡାକବାଜି ଯନ୍ତ୍ର ମାଧମରେ ଲୋକଙ୍କୁ ସଚେତନ କଲା ବନ ବିଭାଗ।
ଯାହା ସୂଚନା ରହିଛି ହେଟାବାଘକୁ ଧରିବା ପାଇଁ ବନ ବିଭାଗ ପକ୍ଷରୁ ତିନିଟିଆ ଗାଁରେ ଟ୍ରାଙ୍କୁଲାଇଜ ଟିମ୍ ଉପସ୍ଥିତ ରହିଛନ୍ତି। ଗତକାଲି ୧୦ରୁ ଅଧିକ ଲୋକଙ୍କୁ ହେଟାବାଘ ଆକ୍ରମଣ କରିଥିଲା। ହେଟାବାଘ ଆତଙ୍କରେ ପୁରା ଗାଁ ଲୋକ ଭୟଭୀତ ରହିଛନ୍ତି ଏମିତିକି ଦିନ ବେଳା ମଧ୍ଯ ବାହାରକୁ ଯିବାକୁ ଡରୁଛନ୍ତି।

Launching Ceremony of “AYUSHMAN BHARAT

Comments are closed.