ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବଡ଼ ବୈଠକ

0

ଭୁବନେଶ୍ୱର : ୨ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆସନ୍ତା କାଲି ଉପରାଷ୍ଟ୍ରପତି ନିର୍ବାଚନ ଥିବାରୁ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ସୂଚନା ମିଳିଛି । ସେଠାରେ ଯାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । କମିଟି, ବୋର୍ଡ ନିଗମ ନିଯୁକ୍ତି, ମନ୍ତ୍ରିମଣ୍ଡଳ ନେଇ କେନ୍ଦ୍ରୀୟ ନେତୃତ୍ୱଙ୍କ ସହ ଆଲୋଚନା କରିପାରନ୍ତି ମୋହନ ।

ଅନ୍ୟପଟେ ଗତକାଲିଠାରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ନୂଆଦିଲ୍ଲୀରେ ଅଛନ୍ତି। ମନମୋହନ ସାମଲ ଦିଲ୍ଲୀରେ ଥିବାରୁ ରାଜ୍ୟ ସଂଗଠନ ନେଇ କିଛି ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।

ସେପଟେ ଆଜି ଦିଲ୍ଲୀରେ ବିଜେପି ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବସିଛି ବୈଠକ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ସହିତ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଅଛନ୍ତି ।

ଆସନ୍ତାକାଲି ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବୈଠକରେ ଆଲୋଚନା ହେଉଛି । ଏହା ସହ ବୈଠକରେ ସାଂଗଠନିକ ଚର୍ଚ୍ଚା ବି ହୋଇପାରେ। ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ସହ ବୋର୍ଡ ନିଗମରେ ନିଯୁକ୍ତି ନେଇ ହୋଇପାରେ ଆଲୋଚନା ।

Govt
Leave A Reply

Your email address will not be published.