ରାମଲାଲାଙ୍କୁ ଦର୍ଶନ କଲେ ଭୁଟାନ ପ୍ରଧାନମନ୍ତ୍ରୀ

0

ଅଯୋଧ୍ୟା: ଭୁଟାନ ପ୍ରଧାନମନ୍ତ୍ରୀ ଦସୋ ସେରିଂ ଟବ୍‌ଗେ ଓ ତାଙ୍କ ପତ୍ନୀ ଶୁକ୍ରବାର ଅଯୋଧ୍ୟାରେ ରାମଲାଲାଙ୍କୁ ଦର୍ଶନ କରିଛନ୍ତି।। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ରାମଲାଲାଙ୍କୁ ଦର୍ଶନ କରିବାରେ କୌଣସି ସରକାରର ମୁଖ୍ୟ ଭାବେ ସେ ଦ୍ବିତୀୟ ବ୍ୟକ୍ତି । ଟବ୍‌ଗେ ସ୍ବତନ୍ତ୍ର ବାୟୁସେନା ବିମାନରେ ସକାଳ ୯ଟା ୩୦ରେ ବିହାରର ଗୟାରୁ ଅଯୋଧ୍ୟା ବିମାନ ବନ୍ଦରରେ ପହଞ୍ଚିଥିଲେ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କୃଷି ମନ୍ତ୍ରୀ ସୂର୍ଯ୍ୟ ପ୍ରତାପ ସାହି ସେମାନଙ୍କୁ ସ୍ବାଗତ କରିଥିଲେ। ଭୁଟାନ ପ୍ରଧାନମନ୍ତ୍ରୀ ପୂର୍ବାହ୍ଣ ୧୦ଟାରେ ରାମ ମନ୍ଦିରରେ ପହଞ୍ଚିଥିଲେ। ଏକ ଘଣ୍ଟା ୪୦ ମିନିଟ୍ ସେ ଓ ତାଙ୍କ ସ୍ତ୍ରୀ ସେଠାରେ ଉପସ୍ଥିତ ରହି ରାମଲାଲାଙ୍କ ଦର୍ଶନ କରିବା ସହ ରାମ ଦରବାର, କୁବେର ଟିଲା, ଜଟାୟୁ ଓ ସପ୍ତ ମଣ୍ଡପମ୍ ବୁଲି ଦେଖିଥିଲେ। ମନ୍ଦିରର କାରୁକାର୍ଯ୍ୟ ତାଙ୍କୁ ଅଭିଭୂତ କରିଥିଲା। ମନ୍ଦିରରେ ଆଳତି କରିବା ସହିତ କିଛି ଫଟୋ ମଧ୍ୟ ଉଠାଇଥିଲେ। ପରେ ତାଙ୍କୁ ହୋଟେଲ ରାମାୟଣରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।

Govt
Leave A Reply

Your email address will not be published.