ଘସିପୁରା: ବିଳମ୍ବିତ ରାତିରେ ଅଘଟଣ । ମାଟି କାନ୍ଥ ଭୁଶୁଡି ପଡିବାରୁ ସୋଇଥିବା ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ ଇ ଅନ୍ୟ ଜଣେ ପୁଅ ଏବଂ ମା’ ଗୁରୁତର । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଉଦ୍ଧାର କରି ଘସିପୁରା ମେଡିକାଲରେ ଭର୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କୋହ୍ଲାବେଡ଼ା ଗାଁରେ ।
ସୂଚନାନୁସାରେ,ଶୁକ୍ରବାର ରାତିରେ ଦୁଇ ପୁଅଙ୍କୁ ଧରି ମା’ସୁମିତ୍ରା ଜେନା ସୋଇଥିବାବେଳେ ରାତି ୨ ତା ସମୟରେ ହଠାତ ତାଙ୍କ ଝୁମ୍ପୁଡ଼ି ଘରର ମାଟି କାନ୍ଥ ଭୁଶୁଡି ପଡିଥିଲା । କାନ୍ଥ ଭୁଶୁଡ଼ି ପଡ଼ିବାରୁ ବଡ଼ ପୁଅର ମୃତ୍ୟୁ ହୋଇଥିବା ବେଳେ ମାଆ ଓ ସାନ ପୁଅ ଗୁରୁତର ଆହତ ହୋଇଛନ୍ତି । ଚିତ୍କାର ଶୁଣି ସାହି ପଡ଼ିଶା ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ କେଶଦୁରାପାଳ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ବଡ଼ ପୁଅକୁ ମୃତ ଘୋଷଣା କରିଥିବାବେଳେ ମା’ ଏବଂ ସାନ ପୁଅକୁ ଆନନ୍ଦପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରାଜ୍ୟରେ ଗତ କିଛିଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବା ବେଳେ ମାଟିକାନ୍ଥ ଦୁର୍ବଳ ହୋଇ ଏପରି ଅଘଟଣ ଘଟିଥିବା କୁହାଯାଉଛି ।
