ମୁମ୍ବାଇରେ ହାଇ ଆଲର୍ଟ,ଗଣେଶ ଭସାଣିରେ ବିସ୍ଫୋରଣ ଧମକ

0

ମୁମ୍ବାଇ : ହାଇ ଆଲର୍ଟରେ ମୁମ୍ବାଇ । ବୋମା ବିସ୍ଫୋରଣରେ ଦୋହଲି ଯିବ ମୁମ୍ବାଇ । ମୁମ୍ବାଇ ପୋଲିସ ହ୍ୱାଟ୍ସ ଆପରେ ମିଳିଲା ଧମକ । ୩୪ଟି ଗାଡ଼ିରେ ୪୦୦ କେଜି ଲେଖାଏଁ ଆସିଛି ଆର୍ଡିଏକ୍ସ । ଏହା ସହ ୧୪ ଜଣ ପାକିସ୍ତାନୀ ମାନବ ବୋମା ଧାରୀ ଆତଙ୍କବାଦୀ ସହରରେ ପଶିଛନ୍ତି । ଗଣେଶ ପୂଜା ଭସାଣିରେ ଘଟିବ ବଡ଼ ଅଘଟଣ । ଏଥିରେ କୋଟିଏ ଲୋକଙ୍କର ମୃତ୍ୟୁ ହେବ ବୋଲି ଧମକ ମିଳିଛି । ମୁମ୍ବାଇ ଟ୍ରାଫିକ ପୋଲିସ ହେଲ୍ପ ଲାଇନ ନମ୍ବରରେ ଆସିଛି ଧମକପୂର୍ଣ୍ଣ ବାର୍ତ୍ତା । ଧମକ ଦେଇଛି ଆତଙ୍କବାଦୀ ସଂଗଠନ ଲସ୍କର-ଇ-ଜିହାଦି । ଅନନ୍ତ ଚତୁର୍ଦ୍ଦଶୀ ପୂର୍ବରୁ ଆକ୍ରମଣ ପାଇଁ ଧମକ ଦେଇଛି ଆତଙ୍କୀ ସଂଗଠନ । ଧମକ ମିଳବା ପରେ ମୁମ୍ବାଇରେ ହାଇ ଆଲର୍ଟ ଜାରି ହୋଇଛି ।
ଏହା ପ୍ରଥମ ଥର ନୁହେଁ ଯେ ମୁମ୍ବାଇକୁ ଏକ ବଡ଼ସ୍ତରରେ ବୋମା ବିସ୍ଫୋରଣ ଧମକ ଦିଆଯାଇଛି। ପୂର୍ବରୁ ମଧ୍ୟ ପୋଲିସ ନିୟନ୍ତ୍ରଣ କକ୍ଷକୁ କଲ୍ କରି କିମ୍ବା ପୋଲିସ ନମ୍ବରରେ ମେସେଜ୍ ମାଧ୍ୟମରେ ଅନେକ ଥର ଏପରି ଧମକ ଦିଆଯାଇଛି। ଏଥର ଧମକ ବହୁତ ଗମ୍ଭୀର ଏବଂ ଲକ୍ଷଲକ୍ଷ ଲୋକଙ୍କୁ ଟାର୍ଗେଟ କରାଯିବ ବୋଲି କୁହାଯାଇଛି।

ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ୱାର୍ଲିର ଫୋର୍ ସିଜନ୍ସ ହୋଟେଲରେ ବିସ୍ଫୋରଣ ହେବା ବିଷୟରେ ଚେତାବନୀ ଦିଆଯାଇଥିଲା। ପୂର୍ବରୁ ଅଗଷ୍ଟ ୧୪ ତାରିଖରେ ପୋଲିସକୁ ଫୋନ୍ କରି କୁହାଯାଇଥିଲା ଯେ ଏକ ଟ୍ରେନରେ ବିସ୍ଫୋରଣ ହେବାକୁ ଯାଉଛି। କଲର ଏହା କହିବା ପରେ କଲ୍ କାଟି ଦେଇଥିଲେ। ସମୟ କିମ୍ବା ସ୍ଥାନ ବିଷୟରେ କିଛି କୁହାଯାଇ ନଥିଲା। ତଥାପି, ପୋଲିସ ଗମ୍ଭୀରତାର ସହିତ ତଦନ୍ତ କରିଥିଲା ଏବଂ ସେମାନଙ୍କୁ କିଛି ସନ୍ଦେହଜନକ ମିଳିନଥିଲା। ତେବେ ଆଜିର ଧମକ ପରେ କେବଳ ମୁମ୍ବଇ ନୁହେଁ ବରଂ ସମଗ୍ର ରାଜ୍ୟକୁ ସତର୍କ ରଖାଯାଇଛି ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

Govt
Leave A Reply

Your email address will not be published.