ସମସ୍ତ ସାଂସଦ ସେପ୍ଟେମ୍ବର ୬ ସୁଦ୍ଧା ଦିଲ୍ଲୀ ପହଞ୍ଚିବାକୁ ବିଜେପିର ନିର୍ଦ୍ଦେଶ

0

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ୧ ସପ୍ତାହରୁ କମ୍‌ ସମୟ ଥିବାବେଳେ ବିଜେପି ଗୁରୁବାର ଏହାର ସମସ୍ତ ସାଂସଦଙ୍କୁ ସେପ୍ଟେମ୍ବର ୬ ସୁଦ୍ଧା ଦିଲ୍ଲୀ ପହଞ୍ଚିବା ପାଇଁ ଏକ ଚିଠି ଜାରି କରିଛି। ସେପ୍ଟେମ୍ବର ୯ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ। ବିଜେପି ସଭାପତି ଜେପି ନଡ୍ଡା ସମସ୍ତ ଦଳୀୟ ସାଂସଦଙ୍କୁ ତାଙ୍କ ବାସଭବନରେ ରାତ୍ରିଭୋଜନ ପାଇଁ ନିମନ୍ତ୍ରଣ କରିଛନ୍ତି। ସେ‌ପ୍ଟେମ୍ବର ୬ ତାରିଖ ସନ୍ଧ୍ୟା ୭ଟାରେ ସମସ୍ତ ସାଂସଦ ନଡ୍ଡାଙ୍କ ବାସଭବନରେ ପହଞ୍ଚିବାପାଇଁ ସେ ନିମନ୍ତ୍ରଣ କରିଛନ୍ତି। ସେପ୍ଟେମ୍ବର ୭ ତାରିଖରେ ଦଳର ସାଂସଦମାନଙ୍କୁ ସକାଳ ୯ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଦଳର ୱାର୍କସପ୍‌ରେ ଯୋଗ ଦେବାପାଇଁ କୁହାଯାଇଛି। ସେପ୍ଟେମ୍ବର ୮ ତାରିଖ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମଧ୍ୟ ପାର୍ଲାମେଣ୍ଟ କମ୍ପ୍ଲେକ୍ସ ଅଡିଟୋରିୟମ୍‌ରେ ୱାର୍କସପ୍‌ ଚାଲିବ। ଏହାପରେ ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ଏନ୍‌ଡିଏ ମେଣ୍ଟର ସମସ୍ତ ସାଂସଦ ନୈଶଭୋଜନରେ ଯୋଗଦେବେ।

Govt
Leave A Reply

Your email address will not be published.