ପୱନ ଖେଡ଼ାଙ୍କ ପତ୍ନୀ ନିଳିମାଙ୍କୁ ଇସି ନୋଟିସ

0

ନୂଆଦିଲ୍ଲୀ: ଦୁଇଟି ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକାରେ ନାଁ ଥିବା ନେଇ କଂଗ୍ରେସ ନେତା ପୱନ ଖେଡ଼ାଙ୍କ ପତ୍ନୀ କେ ନିଳିମାଙ୍କୁ ନିର୍ବାଚନ କମିସନ୍‌ ନୋଟିସ ଜାରି କରିଛନ୍ତି। ଗୁରୁବାର ଇସିଙ୍କ ପକ୍ଷରୁ ଜାରି ନୋଟିସରେ ଦର୍ଶାଯାଇଛି ‌ଯେ ନିଳିମାଙ୍କ ନାଁ ଉଭୟ ନୂଆଦିଲ୍ଲୀ ନିର୍ବାଚନ ମଣ୍ଡଳୀ ଏବଂ ତେଲଙ୍ଗାନାର ଖୈରତାବାଦ ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ରହିଛି। ୧୯୫୦ ଜନପ୍ରତିନିଧି ଆଇନ ଅନୁଯାୟୀ ଦୁଇଟି ନିର୍ବାଚନ ମଣ୍ଡଳୀର ଭୋଟର ତାଲିକାରେ ନାମ ପଂଜୀକରଣ କରିବା ଦଣ୍ଡନୀୟ ଅପରାଧ। ତେଣୁ ଏ ବାବଦରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ନୋଟିସରେ କୁହାଯାଇଛି। ସେପ୍ଟେମ୍ବର ୧୦ ସୁଦ୍ଧା ଏହାର ଜବାବ ରଖିବାକୁ ତାଙ୍କୁ କୁହାଯାଇଛି। ଏହାପୂର୍ବରୁ ଇସି ପୱନ ଖେଡ଼ାଙ୍କୁ ମଧ୍ୟ ନୂଆଦିଲ୍ଲୀ ଏବଂ ଜଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭୋଟର ଥିବା ନେଇ ନୋଟିସ ଜାରି କରିଥିଲେ। ଖେଡ଼ାଙ୍କ ପତ୍ନୀଙ୍କ ନାଁରେ ଦୁଇଟି ଭୋଟର ପରିଚୟପତ୍ର ଥିବା ବିଜେପି ନେତା ସଙ୍କେତ ଗୁପ୍ତା ଅଭିଯୋଗ କରିଥିଲେ।

Govt
Leave A Reply

Your email address will not be published.