ରାଜ୍ୟକୁ ଆସିବ ୨୦୦ ଟି ଇ-ବସ – ନଗର ଉନ୍ନୟନ ମନ୍ତ୍ରୀ

0

ଭୁବନେଶ୍ୱର : ଆଗାମୀ ଦିନରେ ରାଜ୍ୟକୁ ଆସିବ ୨୦୦ଟି ଇ-ବସ । ପ୍ରଥମେ ୨୫ ଟି ଇ-ବସ ଆସିବ,ଯାହା ସମ୍ବଲପୁରକୁ ଯୋଗାଇ ଦିଆଯିବ । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାକୁ ମଧ୍ୟ ଇ-ବସ୍ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ସୂଚନା ଦେଇଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ପରିବେଶ ସୁରକ୍ଷା ପାଇଁ ଆଗକୁ ଅଧିକ ଇ-ବସ୍ ପ୍ରଚଳନ କରିବାକୁ ସରକାର ଯୋଜନା କରୁଛନ୍ତି। ବର୍ତ୍ତମାନ ରାଜ୍ୟରେ ପାଖାପାଖି ୧୦୦୦ଟି ଇ-ବସ୍ ର ଆବଶ୍ୟକତା ରହିଛି।

ହେଲେ ପ୍ରାଥମିକ ପର୍ଯ୍ୟାୟରେ ଏକାଥରେ ଏତେ ବସ୍ ଚାଲୁ କରିବା ସମ୍ଭବ ନୁହେଁ। ତେଣୁ ଆଗକୁ ରାଜ୍ୟ ସରକାର ୨୦୦ଟି ଇ-ବସ୍ ଆଣିବାକୁ ଯୋଜନା କରିଛନ୍ତି। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଓଡ଼ିଶାକୁ ୪୦୦ଟି ଇ-ବସ୍ ପ୍ରଦାନ କରିବେ। ଯାହାଦ୍ୱାରା ମୋଟ୍ ୬୦୦ଟି ଇ-ବସ୍ ଜନତାଙ୍କ ସେବାରେ ଲାଗିବ।

ସେହିପରି ମନ୍ତ୍ରୀ କହିଛନ୍ତି ଦୁର୍ଗାପୂଜା ପୂର୍ବରୁ ମରାମତି ହେବ ରାସ୍ତା । ଲଗାଣ ବର୍ଷା କାରଣରୁ ସହରର ଅନେକ ରାସ୍ତାଘାଟ ଖାଲ ହୋଇଯାଇଛି । ଏହି ଖାଲଖମା ରାସ୍ତାକୁ ଦୁର୍ଗାପୂଜା ପୂର୍ବରୁ ମରାମତି କରାଯିବ ବୋଲି ସୂଚନା ଦେଇଛନ୍ତି ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସବୁ ବିଭାଗର ସହଯୋଗରେ କରାଯିବ ମରାମତି କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ବି ଏ ବାବଦରେ ଗୁରୁତ୍ବାରୋପ କରିଥିଲେ । ଖୁବଶୀଘ୍ର ସମସ୍ତ ରାସ୍ତାର ମରାମତି କାମ କରାଯିବ। ଧାର୍ଯ୍ୟ ସମୟ ଭିତରେ କାମ ସରିବ ବୋଲି ମନ୍ତ୍ରୀ କହିଛନ୍ତି ।

Govt
Leave A Reply

Your email address will not be published.