ଭୁବନେଶ୍ୱର : ଅନିବାର୍ଯ୍ୟ କାରଣ ବଶତଃ ଆସନ୍ତା ସେପ୍ଟେମ୍ବର ୮ ତାରିଖ ସୋମବାର ହେବାକୁ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗର ଶୁଣାଣି ସ୍ଥଗିତ ରହିବ। ୟୁନିଟ-୨, ଅଶୋକନଗର, ଭୁବନେଶ୍ୱର ସ୍ଥିତ ପୂର୍ବତନ ସରକାରୀ ପ୍ରାଥମିକ ବିଦ୍ୟାଳୟ (କ୍ୟାପିଟାଲ ନର୍ସରୀ ନିକଟସ୍ଥ) ଠାରେ ଏହି ଅଭିଯୋଗ ଶୁଣାଣି ହୋଇଥାଏ । ଏଥିପାଇଁ ୨ ଦିନ ପୂର୍ବରୁ ଅନଲାଇନ ପଞ୍ଜୀକରଣ କରିଥିବା ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣାଣି ହୋଇଥାଏ । ତେବେ ୮ ତାରିଖରେ ହେବାକୁ ଥିବା ଶୁଣାଣି ପରବର୍ତ୍ତୀ ଜନଶୁଣାଣି ଶିବିରରେ ଗ୍ରହଣ କରାଯିବ। ପରବର୍ତ୍ତୀ ଜନଶୁଣାଣିର ସମୟ ଓ ତାରିଖ ଜନସାଧାରଣଙ୍କ ଅବଗତି ନିମନ୍ତେ ବିଭିନ୍ନ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
