ଐତିହାସିକ ଜିଏସଟି ସଂସ୍କାର ପ୍ରଧାନମନ୍ତ୍ରୀଙ୍କ ଦୀପାବଳି ଉପହାର – ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ : ଐତିହାସିକ ଜିଏସଟି ସଂସ୍କାରକୁ ପ୍ରଧାନମନ୍ତି ମୋଦିଙ୍କ ଦୀପାବଳି ଉପହାର କହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଧିରୁଭାଇ ଅମ୍ବାନୀ । ଭାରତ ସରକାରଙ୍କ ଦ୍ୱାରା ସାମଗ୍ରୀ ଏବଂ ସେବା କର (ଜିଏସଟି) ହାରରେ କରାଯାଇଥିବା ଦ୍ୱିତୀୟ ପିଢ଼ିର ସଂସ୍କାରକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି “ଜିଏସଟିରେ ସୁଧାରଗୁଡ଼ିକ ଗ୍ରାହକଙ୍କ ପାଇଁ ଉତ୍ପାଦ ଏବଂ ସେବାକୁ ସୁଲଭ କରିବା, ବ୍ୟବସାୟର ପରିଚାଳନାଗତ ଜଟିଳତା ହ୍ରାସ କରିବା, ମୁଦ୍ରାସ୍ଫୀତି ହ୍ରାସ କରିବା ଏବଂ ରିଟେଲ କ୍ଷେତ୍ରରେ ବ୍ୟବହାର ବୃଦ୍ଧିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ପ୍ରଗତିଶୀଳ ପଦକ୍ଷେପ। ଏହା ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ।

ଏହି ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଜିଡିପି ଅଭିବୃଦ୍ଧି ୭.୮ ପ୍ରତିଶତରେ ପହଞ୍ଚିଛି, ଏବଂ ନୂତନ ସଂସ୍କାର ଅର୍ଥନୀତିକୁ ଆହୁରି ଗତି ଦେଇପାରିବ, ଅଭିବୃଦ୍ଧି ହାରକୁ ଦୁଇ ଅଙ୍କ ପାଖରେ ପହଞ୍ଚାଇ ପାରିବ।” ରିଲାଏନ୍ସ ରିଟେଲ୍ ତଥା ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଲିମିଟେଡ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି, “ନୂତନ ଜିଏସଟି ବ୍ୟବସ୍ଥା ଏକ ପରିବର୍ତ୍ତନମୂଳକ ପଦକ୍ଷେପ ଯାହା ପ୍ରତ୍ୟେକ ଭାରତୀୟ ପରିବାରକୁ ଆଶ୍ୱସ୍ତି ଦେବ ଏବଂ ଶିଳ୍ପ ପାଇଁ ଅନୁପାଳନକୁ ସରଳ କରିବ, ଯାହା ଗ୍ରାହକ ଏବଂ ବ୍ୟବସାୟ ଉଭୟଙ୍କୁ ଲାଭ ପହଞ୍ଚାଇବ। ରିଲାଏନ୍ସ ରିଟେଲ୍ ପ୍ରଥମ ଦିନରୁ ନୂତନ ଜିଏସଟି ବ୍ୟବସ୍ଥାର ସମ୍ପୂର୍ଣ୍ଣ ଲାଭ ଗ୍ରାହକମାନଙ୍କୁ ପ୍ରଦାନ କରିବାକୁ ପ୍ରତିବଦ୍ଧ ରହିଛି। ଆମର ସଂକଳ୍ପ ହେଉଛି ଯେ ଯେତେବେଳେ ଖର୍ଚ୍ଚ ହ୍ରାସ ହେବ, ଆମର ଗ୍ରାହକମାନେ ଏହାର ଲାଭ ପାଇବା ଉଚିତ।” ଭାରତର ସର୍ବବୃହତ ରିଟେଲ ବ୍ୟବସାୟ ରିଲାଏନ୍ସ ରିଟେଲ୍ ଏହାର ବିବୃତ୍ତିରେ କହିଛି ଯେ ରିଲାଏନ୍ସ ରିଟେଲ୍ ଏହି ପରିବର୍ତ୍ତନରେ ଆଗରେ ରହିଥିବାରୁ ଗର୍ବିତ, ଏବଂ ଭାରତର ୧୪୦ କୋଟି ଲୋକଙ୍କୁ ଏହି ସଂସ୍କାରର ସମ୍ପୂର୍ଣ୍ଣ ଲାଭ ପହଞ୍ଚାଇବା ଏବଂ ଏକ ଅଧିକ ସମାବେଶୀ, ପ୍ରତିଯୋଗିତାମୂଳକ ଏବଂ ସୁଲଭ ଉପଭୋକ୍ତା ଅର୍ଥନୀତିକୁ ଆକାର ଦେବାରେ ସାହାଯ୍ୟ କରିବା ପାଇଁ ପ୍ରତିବଦ୍ଧ। ଜିଏସଟି ସଂସ୍କାର ଭାରତ ପାଇଁ ଏକ ନିର୍ଣ୍ଣାୟକ ମୁହୂର୍ତ୍ତ। ଏହା ଖର୍ଚ୍ଚ ହ୍ରାସ କରିବ, ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବ, ଦକ୍ଷତାରେ ଉନ୍ନତି ଆଣିବ ଏବଂ ବ୍ୟାପକ ପରିମାଣର ଉତ୍ପାଦନକୁ ପ୍ରୋତ୍ସାହିତ କରିବ। ଏହା ଚାଷୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ), ଉତ୍ପାଦକ, ଯୋଗାଣକାରୀ, ଛୋଟ ଦୋକାନ ଏବଂ ଗ୍ରାହକଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି କରିବ।

Launching Ceremony of “AYUSHMAN BHARAT

Comments are closed.