ଶିଖର ଧଓ୍ବନଙ୍କୁ ଇଡି ସମନ,ଆଜି କରିବ ପଚରାଉଚରା

ନୂଆଦିଲ୍ଲୀ : ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ଶିଖର ଧଓ୍ବନଙ୍କ ବଢ଼ିଲା ଅଡୁଆ । ବେଆଇନ ଅନଲାଇନ ବେଟିଂ ଆପ୍ ସହିତ ସମ୍ପୃକ୍ତି ନେଇ ସମନ ଜାରି କରିଛି ଇଡି(ପ୍ରବର୍ତ୍ତନ ନିର୍ଦେଶାଳୟ) । ଗୁରୁବାର ଇଡି ପକ୍ଷରୁ ଧଓ୍ବନଙ୍କୁ ପଚରାଉଚରା କରାଯିବା ଲାଗି ହାଜର ହେବା ପାଇଁ ନିର୍ଦେଶ ଦିଆଯାଇଛି। ଶିଖର ଧଓ୍ବନ 1XBet ଆପ୍‌ ପ୍ରମୋସନ କରିଥିବାରୁ ଇଡି ତାଙ୍କୁ ଯାଞ୍ଚ ତାଲିକାରେ ସାମିଲ କରିଛି । ପୂର୍ବରୁ କ୍ରିକେଟର ସୁରେଶ ରାଇନାଙ୍କୁ ବି ଇଡି ପକ୍ଷରୁ ଜେରା କରାଯାଇଥିଲା। ମନିଲଣ୍ଡ୍ରି ଆଇନ ଅନୁଯାୟୀ ଜେରା କରିବ ପ୍ରବର୍ତ୍ତନ ନିର୍ଦେଶାଳୟ ।

ସୂଚନାନୁସାରେ,ଗତ ବର୍ଷ ଠାରୁ, ଅନେକ ବଲିଉଡ୍ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମ ତାରକା ଏବଂ କ୍ରିକେଟରଙ୍କୁ ବେଆଇନ ବେଟିଂ ଆପ୍ସର ପ୍ରଚାର କରିବା ନେଇ ଇଡି ସମନ ଜାରି କରିସାରିଛି। ଏହି ତାଲିକାରେ ଅଭିନେତା ବିଜୟ ଦେବରାକୋଣ୍ଡା, ରାଣା ଦାଗଗୁବତୀ, ପ୍ରକାଶ ରାଜ, କ୍ରିକେଟର ହରଭଜନ ସିଂ, ଅଭିନେତ୍ରୀ ଉର୍ବଶୀ ରାଉତେଲା ପ୍ରମୁଖଙ୍କ ଜେରା ସରିଛି । ୨୦୨୪ ଡିସେମ୍ବରରେ 1XBet ସୁରେଶ ରାଇନାଙ୍କୁ ନିଜର ଗେମିଂ ଆମ୍ବା ସାଡାର ଭାବେ ନିଯୁକ୍ତ କରିଥିଲା। କମ୍ପାନୀ ସେତେବେଳେ କହିଥିଲା ଯେ, ସୁରେଶ ରାଇନାଙ୍କ ସହିତ ଆମର ସମ୍ପର୍କ ସ୍ପୋର୍ଟ୍ସ ବେଟିଂର ପ୍ରଶଂସକମାନଙ୍କୁ ବେଟିଂ ପାଇଁ ପ୍ରୋତ୍ସାହିତ କରିବ। ତେଣୁ ତାଙ୍କ ଭୂମିକାକୁ ଦାୟିତ୍ଵବାନ ଗେମିଂ ଆମ୍ବାସାଡର ଭାବେ ବର୍ଣ୍ଣନା କରାଯାଇଥିଲା। ରାଇନା ଆମ ବ୍ରାଣ୍ଡର ଏପରି ପ୍ରଥମ ଆମ୍ବାସାଡର ବୋଲି କମ୍ପାନୀ କହିଥିଲା। ସେହି ଆଧାରରେ ଇଡି ପକ୍ଷରୁ ରାଇନାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା।

Launching Ceremony of “AYUSHMAN BHARAT

Comments are closed.