ବଲିଉଡ ଅଭିନେତା ଶାହରୁଖ ଖାନ୍ଙ୍କ ଝିଅ ସୁହାନା ଖାନ ବର୍ତ୍ତମାନ ଅଡୁଆରେ ଫସିଛନ୍ତି । ଏକ ଯମି କିଣା ଡିଲ୍କୁ ନେଇ ସୁହାନାଙ୍କ ଅସୁବିଧା ବଢିଛି । ସୂଚନା ଅନୁସାରେ ମହାରାଷ୍ଟ୍ର ସରକାର କୃଷକଙ୍କୁ ଦେଇଥିବା ଭୂମିକୁ ସୁହାନା କିଣିଛନ୍ତି । ଏହି ଯମିକୁ କିଣିବାକୁ ସ୍ଥାନୀୟ ଜିଲ୍ଲାପାଳଙ୍କର ମଞ୍ଜୁରୀ ଆବଶ୍ୟକତା ହୋଇଥାଏ । ହେଲେ ସୁହାନା ଏହି ଅନୁମତି ନେଇ ନଥିବା ଜଣା ପଡିଛି । ଏହି ଯମିକୁ ସୁହାନା ୧୨ କୋଟିରୁ ଅଧିକ ଟଙ୍କାରେ କିଣିଥିବା ଜଣା ପଡିଛି । ହେଲେ ଘଟଣା ଜଣା ପଡିବାପରେ ବର୍ତ୍ତମାନ ଏହା ଉପରେ ସରକାରୀ ତଦନ୍ତ ଆରମ୍ଭ ହୋଇଛି । ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ଟ୍ରୋଲର ଏଥିରେ ସୁହାନାଙ୍କୁ ଟ୍ରୋଲ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ତେବେ ଘଟଣାକୁ ନେଇ ସୁହାନା କିମ୍ବା ଶାହରୁଖ ଖାନଙ୍କ ପକ୍ଷରୁ କୌଣସି ମନ୍ତବ୍ୟ ମିଳିନାହିଁ ।
