ସୁମୋନାଙ୍କୁ ଆକ୍ରମଣ

0

କପିଲ୍‌ ଶର୍ମା ଶୋରୁ ନିଜ ପରିଚୟ ତିଆରି କରିଥିବା ଅଭିନେତ୍ରୀ ସୁମୋନା ମୁମ୍ବାଇରେ ଅସୁରକ୍ଷିତ ଅନୁଭବ କରୁଥିବା ମତ ଦେଇଛନ୍ତି । ସୁମୋନାଙ୍କର ଏହି ମନ୍ତବ୍ୟ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ତାଙ୍କ ସହିତ ନିକଟରେ ମୁମ୍ବାଇରେ ଦୁର୍ବବ୍ୟହାର ହୋଇଛି । ସୂଚନା ଅନୁସାରେ କିଛି ଲୋକ ତାଙ୍କ କାରକୁ ରାସ୍ତାରେ ଅଟକାଇବା ସହିତ ତାଙ୍କ କାରକୁ ମାଡ ମାରିଛନ୍ତି । ଏହାସହିତ ସେହି ଲୋକମାନେ ଖୁବ ଅଜବ ବ୍ୟବହାର କରୁଥିବା ସୁମୋନା ପ୍ରକାଶ କରିଛନ୍ତି । ସେହିଭଳି ଏହି ବ୍ୟବହାର କରିବା ସମୟରେ ସେମାନେ ଖଳନାୟକଙ୍କ ଭଳି ହସୁଥିଲେ । ତେଣୁ ଏହା ତାଙ୍କୁ ଖୁବ ଭୟଙ୍କର ଲାଗିଥିଲା ବୋଲି ସୁମୋନା ପ୍ରକାଶ କରିଛନ୍ତି । ତେବେ ଆଖପାଖରେ ସେଠାରେ କୌଣସି ପାଟ୍ରୋଲିଂ ଗାଡି କିମ୍ବା ପୋଲିସ ନଥିଲେ, ଯାହା ତାଙ୍କୁ ବେଶି ନିରାଶ କରିଥିଲେ । ପ୍ରଥମଥର ପାଇଁ ମୁମ୍ବାଇରେ ତାଙ୍କୁ ଏଭଳି ଅସୁରକ୍ଷିତ ଅନୁଭବ ହୋଇଥିବା ସେ ଇନ୍‌ଷ୍ଟାଗ୍ରାମରେ ପ୍ରକାଶ କରିଛନ୍ତି । ସେ ପୋଲିସ ପ୍ରଶାସନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେହିଭଳି ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ମଧ୍ୟ ସେ ଚନ୍ତି ପ୍ରକାଶ କରିଛନ୍ତି । ସେ ପୋଲି ପ୍ରଶାସନକୁ ଏଭଳି ଘଟଣା ଉପରେ ଧ୍ୟାନ ଦେବାକୁ ଦାବି ମଧ୍ୟ କରିଛନ୍ତି ।

Govt
Leave A Reply

Your email address will not be published.