ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସର ସିଟ ସଂଖ୍ୟା ବୃଦ୍ଧି

0

ଭୁବନେଶ୍ବର: ପୂର୍ବତଟ ରେଳପଥ ଯାତ୍ରୀଙ୍କ ସୁବିଧା ବୃଦ୍ଧି ଏବଂ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଟ୍ରେନ ନଂ ୧୨୮୯୨ /୧୨୮୯୧ ପୁରୀ-ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସରେ ଏକ ଅତିରିକ୍ତ ନନ୍-ଏସି ଚେୟାର କାର କୋଚ୍ ସ୍ଥାୟୀ ଭାବରେ ସଂଯୋଗ କରିବାକୁ ଘୋଷଣା କରିଛି। ସଂଶୋଧିତ ଟ୍ରେନ୍ କୋଚ୍‌ ସଂଖ୍ୟା ବୃଦ୍ଧି । ୧ ସେପ୍ଟେମ୍ବର ୨୦୨୫ରୁ ପୁରୀରୁ ଏବଂ ୨ ସେପ୍ଟେମ୍ବର ୨୦୨୫ରୁ ବାଙ୍ଗିରିପୋଷିରୁ କାର୍ଯ୍ୟକାରୀ ହେବ । ଟ୍ରେନର ସିଟ ସଂଖ୍ୟା ବୃଦ୍ଧି ହେବା ଫଳରେ ଯାତ୍ରା ଆହୁରି ଆରାମଦାୟକ ହେବ ।

ପୁରୀ-ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ ସଂଶୋଧିତ କୋଚ୍ ସଂରଚନା:
01ଟି ଏସି ଶ୍ରେଣୀ ଚେୟାର କାର୍
07ଟି ନନ୍-ଏସି ଶ୍ରେଣୀ ଚେୟାର କାର୍
05ଟି ଜେନେରାଲ ଶ୍ରେଣୀ ଚେୟାର କାର୍
02ଟି ଲଗେଜ୍-କମ୍-ଚେୟାର କାର୍ (ଦିବ୍ୟାଙ୍ଗଙ୍କ ପାଇଁ)

ପୂର୍ବ ତଟ ରେଳପଥର ଏହି ପଦକ୍ଷେପ ପୁରୀ-ବାଙ୍ଗିରିପୋଷି ରୁଟରେ ଅଧିକ ଆରାମଦାୟକ ଯାତ୍ରା ଏବଂ ଅଧିକ ଆସନ ବ୍ୟବସ୍ଥା ପ୍ରଦାନ କରିବ।

Govt
Leave A Reply

Your email address will not be published.