ପୁରୀ : ଆଜି ବସିବ ଛତିଶାନିଯୋଗ ବୈଠକ । ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହେବ । ୭ ତାରିଖରେ ପଡୁଥିବା ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଅନୁମୋଦନ ହେବ।
ଆଜି ଅପରାହ୍ନ ୫ଟାରେ ନୀଳାଦ୍ରି ଭକ୍ତନିବାସରେ ଅନୁଷ୍ଠିତ ହେବ ଛତିଶା ନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକ । ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଆସନ୍ତା ୭ ତାରିଖରେ ପଡ଼ୁଥିବା ଚନ୍ଦ୍ର ଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ଅନୁମୋଦନ ହେବ ।
ସେହିପରି ଆସନ୍ତା ସେପ୍ଟେମ୍ବର ୧୫ରୁ ନାଟମଣ୍ଡପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବାକୁ ଥିବାରୁ ଛତିଶା ନିଯୋଗ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା କରାଯିବ । ବିଶେଷ ନୀତିକାନ୍ତି ସମୟରେ କାଠରେ ତିଆରି ରାମ୍ପକୁ କିଭଳି ଅପସାରଣ କରାଯିବ, କିଭଳି ଶ୍ରଦ୍ଧାଳୁମାନେ ନାଟ ମଣ୍ଡପରେ ଶୃଙ୍ଖଳିତ ଭାବେ ଧାଡିରେ ଦର୍ଶନ କରିପାରିବେ ସେନେଇ ଛତିଶା ନିଯୋଗ ବୈଠକରେ ବିଭିନ୍ନ ସେବକ ପ୍ରତିନିଧିଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବ।
