ଆଜି ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କ ସମ୍ମିଳନୀ

0

ଭୁବନେଶ୍ୱର : ଭୁବନେଶ୍ବରରେ ପୂର୍ବାଞ୍ଚଳ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କର ସମ୍ମିଳନୀ ଅନୁଷ୍ଠିତ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀକୁ ଉଦ୍‌ଘାଟନ କରିଛନ୍ତି । ଏଥିରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁଙ୍କ ସହ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହୋଲ ଯୋଗ ଦେଇଛନ୍ତି ।

ଏହି ସମ୍ମିଳନୀରେ ଆଞ୍ଚଳିକ ବିମାନ ସେବା ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବ। ସମ୍ମିଳନୀରେ ପୂର୍ବ ଭାରତର ରାଜ୍ୟଗୁଡ଼ିକ ଭିତରେ ଆଞ୍ଚଳିକ ବିମାନ ସଂଯୋଗକୁ ସୁଦୃଢ଼ ଉପରେ ଗୁରୁତ୍ବ ଦିଆଯିବ।

ଓଡ଼ିଶା ସମେତ ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଏବଂ ନିକୋବର କେନ୍ଦ୍ରଶାସିତ ଅଞ୍ଚଳ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ବିମାନ ଚଳାଚଳ ପ୍ରତିନିଧିମଣ୍ଡଳୀ, ଏଏଆଇ, ଡିଜିସିଏ, ବିସିଏଏସ୍, ମନ୍ତ୍ରଣାଳୟ ଅଧିକାରୀ ଯୋଗଦେଇ ବିମାନବନ୍ଦର ଏବଂ ହେଲିପୋର୍ଟ ବିକାଶ, ଉଡ଼ାନ ଯୋଜନା ଏବଂ ଆଞ୍ଚଳିକ ସଂଯୋଗୀକରଣ, ବିମାନ ଚଳାଚଳରେ ଦକ୍ଷତା ବିକାଶ, ଡ୍ରୋନ୍ ପରିଚାଳନା ଏବଂ ହେଲିକପ୍ଟର ଜରୁରୀକାଳୀନ ଚିକିତ୍ସା ସେବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

Govt
Leave A Reply

Your email address will not be published.