୯ ଛାତ୍ରୀଙ୍କୁ ଅସଦାଚରଣ ସହ ଏସିଡ ମାଡ଼ ଧମକ

0

ପାରାଦୀପ : ଥମୁନାହିଁ ନାବାଳିକା ଅସଦାଚରଣ ଘଟଣା । ପାରାଦୀପରୁ ପୁଣି ଥରେ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା । ପାରାଦୀପ ଲକ୍ ଥାନା ଅଞ୍ଚଳରେ ଟ୍ୟୁସନ୍ ଯିବା ରାସ୍ତେର ୯ ଜଣ ନାବାଳିକାଙ୍କୁ ୩ ଜଣ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏହି ଅସାମାଜିକ ଯୁବକ ମାନେ ପୂର୍ବରୁ ମଧ୍ୟ ବାରମ୍ବାର ଛାତ୍ରୀ ମାନଙ୍କୁ ହଇରାଣ କରି ଆସୁଥିଲେ । ଏନେଇ ପୋଲିସ ଆଗରେ ଅଭିଯୋଗ କଲେ ଛାତ୍ରୀ ମାନଙ୍କୁ ଦୁଷ୍କର୍ମ କରିବା ସହ ଏସିଡ ମାଡ଼ର ଧମକ ମଧ୍ୟ ଦେଇଥିଲେ । ଏହି ଘଟଣାପରେ ଛାତ୍ରୀ ମାନେ ପ୍ରଥମେ ଯାଇ ଟ୍ୟୁସନ ସାରଙ୍କୁ ଏକଥା ଜଣାଇଥିଲେ । ପରେ ଟ୍ୟୁସନ ସାର ଏବଂ ଛାତ୍ରୀମାନଙ୍କ ଅବିଭାବକ ମାନେ ପହଞ୍ଚି ଘଟଣା ସମ୍ପର୍କରେ ଲକ୍ ଥାନାରେ ଅଭିଯୋଗ କରିଛନ୍ତି ।

Govt
Leave A Reply

Your email address will not be published.