ମର୍ମନ୍ତୁଦ ସଡକ ଦୁର୍ଘଟଣା,ବାଲି ଟ୍ରକ ଧକ୍କାରେ ସ୍ୱାମୀ -ସ୍ତ୍ରୀ ମୃତ

0

କଟକ: କଟକ ଗୋପାଳପୁର ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଲି ଟ୍ରକ ଧକ୍କାରେ ସ୍ୱାମୀ-ସ୍ତ୍ରୀଙ୍କର ଶୋଚନୀୟ ମୃତ୍ୟୁ । ମୃତକଙ୍କ ଘର ଭୁବନେଶ୍ୱର ଉତ୍ତରାରେ ହୋଇଥିବାବେଳେ ସେମାନେ କଟକରୁ ଭୁବନେଶ୍ୱରକୁ ଫେରୁଥିଲେ । କାଠଯୋଡ଼ି ପୋଲ ଶେଷ ଭାଗ ଗୋପାଳପୁର ଠାରେ ପଛପଟରୁ ଏକ ୧୪ ଚକିଆ ବାଲିବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ମୃତକ ହେଉଛନ୍ତି ଦେବୀପ୍ରସାଦ ପାଲ ଓ ପତ୍ନୀ ସସ୍ମିତା ବିଶ୍ବାଳ। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଉତ୍ତେଜନା ଦେଖାଦେବା ସହ ପ୍ରବଳ ଭିଡ଼ ଲାଗି ରହିଥିଲା ।

ସୂଚନା ଅନୁଯାୟୀ, ଗୁରୁବାର ରାତି ୯.୨୦ ସମୟରେ କଟକରୁ ନିଜ ଘରକୁ ସ୍ବାମୀ ସ୍ତ୍ରୀ ଫେରୁଥିବା ବେଳେ ଗୋପାଳପୁର ଛକ ଠାରେ ଘଟିଥିଲା ମର୍ମନ୍ତୁଦ ଦୁର୍ଘଟଣା । ଏକ ୧୪ ଚକିଆ ବାଲି ବୋଝଇ ଟ୍ରକ ସ୍ୱାମୀ ସ୍ତ୍ରୀଙ୍କୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଜାତୀୟ ରାଜପଥରେ ନାହିଁ ନଥିବା ଭିଡ ଲାଗିରହିଥିଲା । ଏହି ଘଟଣାକୁ ନେଇ ଗୋପାଳପୁର ଛକରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଦୀର୍ଘ ସମୟ ଧରି ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ବଡ଼ ଡାକ୍ତରଖାନା ପଠାଇବା ସହ ଉତ୍ତ୍ୟକ୍ତଙ୍କୁ ବୁଝାସୁଝା କରିବା ପରେ ରାତି ୧୦ଟା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।।

Govt
Leave A Reply

Your email address will not be published.