ସ୍ୱାୟତ୍ତଶାସନ ଦିବସ ଅବସରରେ ଘୋଷଣା ହେବ ଆଉ ୯ ଟି ନୂଆ ଏନଏସି – ନଗର ଉନ୍ନୟନ ମନ୍ତ୍ରୀ

0

ଭୁବନେଶ୍ୱର : ଘୋଷଣା ହେବ ଆଉ ୯ଟି ନୂତନ ଏନଏସି ନାଁ । ଆସନ୍ତା ୩୧ ତାରିଖ ସ୍ୱାୟତ୍ତ ଦିବସ ଅବସରରେ ଆଉ ୯ ଟି ନୂଆ ଏନଏସିର ନାଁ ଘୋଷଣା କରିବେ ରାଜ୍ୟ ସରକାର । ନୂତନ ଏନଏସି ଗଠନ ନେଇ କିଛି ସ୍ଥାନରେ ଅସନ୍ତୋଷ ରହିଥିବା ବେଳେ ଖୁବଶୀଘ୍ର ରାଜ୍ୟ ସରକାର ଘୋଷଣା କରିବେ ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ନାଁ । ଏନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

ଗତ ୧୭ ତାରିଖରେ ୭ ଜିଲ୍ଲାରେ ୧୨ଟି ଏନଏସି ଗଠନ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସରକାର ସ୍ଵାୟତ୍ତ ଶାସନ ଦିବସରେ ଆଉ ୯ ଏନଏସି ନାଁ ଘୋଷଣା କରିବେ । ଯେଉଁ ଜିଲ୍ଲା ମାନଙ୍କରେ କିଛି ଅଞ୍ଚଳକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ଦାବି ହେଉଛି ତା’କୁ ସରକାର ବିଚାରକୁ ନେଇଥିବା କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ।

ସେ କହିଛନ୍ତି, ସେଠାକାର ଜନସଂଖ୍ୟା ସହ ଯାହା ଯାହା ମାପ କାଠି ରହିଛି ସେହି ଆଧାରରେ ବିଭିନ୍ନ ସମସ୍ୟାକୁ ଅନୁଧ୍ୟାନ ପରେ ଡ୍ରାଫ୍ଟ ନୋଟିସ୍ ପ୍ରସ୍ତୁତ କରାଯିବ । ତା’ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଡ୍ରାଫ୍ଟ ପଠାଇବ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅନୁମତି ମିଳିବା ଦରକାର । ଖାଲି ସବୁ ଛୋଟ ଛୋଟ ସହରକୁ ଏନଏସି ପାଇଁ ଦାବି କଲେ ହେବ ନାହିଁ । ଏଥିପାଇଁ କିଛି ନିୟମ ଏବଂ ମାପକାଠି ରହିଛି, ସେ ସବୁକୁ ପାଳନ କରିବାକୁ ପଡ଼ିବ ।

ସ୍ଵାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ନୂଆ କରି ୨୧ଟି ବିଜ୍ଞାପିତ ପରିଷଦ ଗଠନ କରାଯିବ ବୋଲି ଘୋଷଣା କରିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଘୋଷଣାର ଦିନକ ପରେ ୧୨ ବିଜ୍ଞାପିତ ପରିଷଦ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା ଗୃହ ଓ ନଗର ଉନ୍ନୟନ ବିଭାଗ ।

Leave A Reply

Your email address will not be published.