ଭୁବନେଶ୍ୱର : କୃଷି ବିଭାଗର ପ୍ରମୁଖ ସଚିବଶ୍ରୀ ଅରବିନ୍ଦ ପାଢ଼ୀଙ୍କ କଡ଼ା ଚେତାବନୀ । ବଦଳି ଅର୍ଡର ନ ମାନିଲେ ଦରମା ବନ୍ଦ । ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟ ଯୋଗ ଦେବାକୁ ଦିଆଯାଇଛି ଅଲ୍ଟିମେଟମ୍ । ଯଦି ବିଭାଗର ନିର୍ଦ୍ଦେଶକୁ କେହି ନମାନନ୍ତି , ତେବେ ସେମାନଙ୍କ ଦରମା ବନ୍ଦ ହେବ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପରିସ୍ଥିତିରେ ନିର୍ଦେଶ କାର୍ଯ୍ୟକାରିତାକୁ ସ୍ଥଗିତ ରଖାଯିବ ନାହିଁ। ଅଗଷ୍ଟ ୩୧ ତାରିଖ ସୁଦ୍ଧା ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁସାରେ, ସମସ୍ତ ପଦୋନ୍ନତିପ୍ରାପ୍ତ ବା ବଦଳି ହୋଇଥିବା ଅଧିକାରୀମାନେ ବିଳମ୍ବ ନକରି ସେମାନଙ୍କର ନିଯୁକ୍ତ ସ୍ଥାନରେ ଯୋଗଦେବାକୁ ପଡିବ। ଯୋଗ ଦେବାରେ ବିଫଳ ହୋଇଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥି ପାଇଁ ସେହି ଅଧିକାରୀ ହିଁ ଦାୟୀ ରହିବେ। ଏପରିକି ଅଧିକାରୀମାନଙ୍କର ଦରମା ମଧ୍ୟ କରାଯିବ । ସେପ୍ଟେମ୍ବର ମାସରୁ ବନ୍ଦ କରାଯିବ। ସେହିପରି ପୋଷ୍ଟିଂ ଆଦେଶର ପରିବର୍ତ୍ତନ ପାଇଁ ଅନୈତିକ ବାହ୍ୟ ପ୍ରଭାବ ଆଣିବାର ପ୍ରୟାସ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।