ସାମଗ୍ରୀ – କଲରା, ପନିର, ପିଆଜ, କଞ୍ଚା ଲଙ୍କା, ଅଦା, ରସୁଣ, ଧନିଆ ପତ୍ର, ବେସନ, ଆମଚୁର ପାଉଡର, ଲଙ୍କା ଗୁଣ୍ଡ, ହଳଦୀ, ଜୁଆଣି, ଲୁଣ ।
ପ୍ରଣାଳୀ – ପ୍ରଥମେ କଲରାକୁ ଭଲକରି ଧୋଇ ନିଅନ୍ତୁ ଏବଂ ଏହାର ବାହାର ଅଂଶକୁ ଗ୍ରେଟ କରି ନିଅନ୍ତୁ । ଏହାପରେ ଗ୍ରେଟ ହୋଇଥିବା କଲରାକୁ ହାଲୁକା ଗୁଣ୍ଡ କରିନିଅନ୍ତୁୁ । ଏହାପରେ ଏହାକୁ ଲୁଣ ମିଶାଇ କିଛି ସମୟ ପାଇଁ ରଖି ନିଅନ୍ତୁ । ଏହାପରେ ଗୋଟିଏ ପାତ୍ରରେ କଟା ପିଆଜ, ଲଙ୍କା, ଅଦା, ରସୁଣ, ଧନିଆ ପତ୍ର ମିଶାନ୍ତୁ । ପରେ ଏହି ମିଶ୍ରଣରେ କଲରାକୁ ପାଣିରୁ ଛାଣି ମିଶାନ୍ତୁ । ଏହି ମିଶ୍ରଣରେ ପନିର ମଧ୍ୟ ମିଶାନ୍ତୁ । ଏହି ସମସ୍ତ ମିଶ୍ରଣକୁ ଭଲକରି ଗୋଳାଇ ନିଅନ୍ତୁ । ପରେ ପ୍ୟାନ ବସାଇ ଏହି ମିଶ୍ରଣକୁ ଛୋଟଛୋଟ ବଡା ଆକାରରେ ସେକି ନିଅନ୍ତୁ । ପ୍ରସ୍ତୁତ ହୋଇଯିବ କଲରା ଟିକ୍କି ।