ପାପ ଧୋଇବାର ବୃଥା ପ୍ରୟାସ

0

ନିକଟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ୱାମୀ ରାଜକୁନ୍ଦ୍ରାଙ୍କୁ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବାକୁ ପହଞ୍ଚିଥିଲେ । ଯାହାପରେ ବର୍ତ୍ତମାନ ଉଭୟ ଚର୍ଚ୍ଚାକୁ ଆସିଛନ୍ତି । ତେବେ ସାଧୁଙ୍କୁ ଭେଟିବାକୁ ଯିବା ପୂର୍ବରୁ ଉଭୟଙ୍କ ନାଁ ଏକ ବଡ ପରିମାଣ ଠକେଇ ଅଭିଯୋଗ ଆସିଥିଲା, ତେଣୁ ଉଭୟ ନିଜ ଇମେଜକୁ ଠିକ୍‌ କରିବାକୁ ଏପରି ବୃଥା ପ୍ରୟାସ କରିଥିବା ନେଇ ଆଲୋଚନା ଆରମ୍ଭ ହୋଇଛି । ଭୋଜପୁରୀ ସୁପରଷ୍ଟାର ଖେସାରୀ ଲାଲ ଯାଦବ ଉଭୟଙ୍କର ମହାରାଜଜୀଙ୍କୁ ଭେଟିବା ପାପ ଧୋଇବାର ଏକ ବୃଥା ପ୍ରୟାସ ବୋଲି ମତ ଦେଇଛନ୍ତି । ତେବେ ପ୍ରେମାନନ୍ଦ ମହାରାଜ ପାପ ଧୋଇବାର ମେସିନ ନୁହେଁ ବୋଲି ମଧ୍ୟ ସେ ମତ ଦେଇଛନ୍ତି । ତେବେ ଏହି ଘଟଣାରେ ଶିଳ୍ପା କିମ୍ବା ରାଜ କୁନ୍ଦ୍ରାଙ୍କର କୌଣସି ମତ ମିଳି ପାରି ନାହିଁ । ସେହିଭଳି ଖେସାରୀ ଲାଲ କରିଥିବା ସୋସିଆଲ ମିଡିଆ ପୋଷ୍ଟରେ ଶିଳ୍ପା କିମ୍ବା ରାଜଙ୍କ ନାଁ ନେଇନାହାନ୍ତି ହେଲେ ପୋଷ୍ଟଟି ସେମାନଙ୍କ ଉଦ୍ଦେଶ୍ୟରେହିଁ କରାଯାଇଥିବାନେଇ ଫ୍ୟାନମାନେ ବୁଝିଛନ୍ତି ।

Leave A Reply

Your email address will not be published.