ନାମାଙ୍କନ ଦାଖଲ କଲେ ଏନଡିଏ ପ୍ରାର୍ଥୀ ସି.ପି ରାଧାକୃଷ୍ଣନ

0

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଏନଡିଏ ପ୍ରାର୍ଥୀ ସି.ପି ରାଧାକୃଷ୍ଣନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ସଭାପତି ଜେପି ନଡ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ୪ସେଟ୍‍ ନାମାଙ୍କନ ଦାଖଲ କରିଛନ୍ତି । ସି.ପି ରାଧାକୃଷ୍ଣନଙ୍କ ପାଇଁ ପ୍ରଥମ ପ୍ରସ୍ତାବକ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜନାଥ ସିଂହ ଓ ଜେପି ନଡ୍ଡା ମଧ୍ୟ ପ୍ରସ୍ତାବକ ରହିଛନ୍ତି ।

ସୂଚନାନୁସାରେ,ଆସନ୍ତା ସେପ୍ଟେମ୍ବର ୯ ରେ ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗତ ଜୁଲାଇ ୨୨ ତାରିଖରେ ଅଚାନକ ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଜଗଦୀପ ଧନଖଡ଼ । ଏହାପରେ ଉପରାଷ୍ଟ୍ରପତି ପଦବୀ ଖାଲି ପଡିଛି । ସେପଟେ ଇଣ୍ଡି ମେଣ୍ଟର ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀ ଆଜି ସାଂସଦଙ୍କୁ ଭେଟି ସମର୍ଥନ ଲୋଡିବେ।

Leave A Reply

Your email address will not be published.