ନୂଆଦିଲ୍ଲୀ : ପ୍ରତିରକ୍ଷା ପ୍ରକଳ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମେକ୍ ଇନ ଇଣ୍ଡିଆକୁ ଏକ ବଡ଼ ଶକ୍ତି ମିଳିଛି। ଭାରତୀୟ ବାୟୁସେନା ପାଇଁ ୯୭ଟି ଏଲ୍ସିଏ ମାର୍କ ୧ଏ ଯୁଦ୍ଧ ବିମାନ କିଣିବାପାଇଁ ଭାରତ ସରକାର ଏକ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଲଢ଼ୁଆ ବିମାନ କ୍ରୟ ପାଇଁ ଚୂଡ଼ାନ୍ତ ସ୍ବୀକୃତି ମିଳିଛି। ଏହା ଫଳରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ଏହି ବିମାନ ଉତ୍ପାଦନ କରିବାପାଇଁ ବାଟ ଫିଟିବ। ତେବେ ଏଲ୍ସିଏ ମାର୍କ ୧ ଏ ଲଢ଼ୁଆ ବିମାନ ପାଇଁ ଏହା ଦ୍ବିତୀୟ ଅର୍ଡର। ଗତ କିଛି ବର୍ଷ ତଳେ ପ୍ରାୟ ୪୮,୦୦୦ କୋଟି ଟଙ୍କାରେ ୮୩ଟି ବିମାନ ପାଇଁ ଅର୍ଡର କରାଯାଇଥିଲା।
