ନିଆରା ଥିମ୍‌କୁ ନେଇ ଚର୍ଚ୍ଚା

0

ଟେଲି ଦୁନିଆର ପପୁଲାର ଶୋ ବିଗ୍‌ବସର ଥିମ୍‌କୁ ନେଇ ସବୁବେଳେ ଚର୍ଚ୍ଚାହୋଇଥାଏ । ସବୁବେଳେ ଏହାର ଥିମ୍‌ ଖୁବ ନିଆରା ଥାଏ । ସେହିକ୍ରମରେ ଚଳିତବର୍ଷର ଥିମ ରହିଛି ରାଜନୀତିକୁ ନେଇ । ଯାହା ଦର୍ଶକଙ୍କୁ ଖୁବ ସ୍ୱତନ୍ତ୍ର ଲାଗୁଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏହାର ପ୍ରୋମୋକୁ ନେଇ ଖୁବ ଆଲୋଚନା ହେଉଥିବା ଦେଖିବାକୁ ମିଳୁଛି । ତେବେ ରାଜନୀତି ଥିମ୍‌କୁ ନେଇ ଶୋଟି କିଭଳି ପରିଚାଳିତ ହେବ ତାହାକୁ ନେଇ ସମସ୍ତେ ଆଲୋଚନା କରୁଛନ୍ତି । ଏଥର ମେକର୍ସ କିଛି ବଡ ଧରଣର ଟୁଇଷ୍ଟ ଆଣିବେ ବୋଲି ଫ୍ୟାନ ଆକଳନ କରୁଛନ୍ତି । ପଲିଟିକାଲ ଥିମ ରହିଥିବାରୁ ସବୁ ବର୍ଷ ଠାରୁ ଚଳିତ ଥର ଅଧିକ ଡ୍ରାମା ଓ ଟୁଇଷ୍ଟ ଦେଖିବାକୁ ମିଳିବ ବୋଲି ଫ୍ୟାନମାନେ କମେଣ୍ଟ ଦେଉଛନ୍ତି । ସମସ୍ତେ ଶୋ ଦେଖିବାକୁ ଖୁବ ଉତ୍ସାହର ସହିତ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ପୂର୍ବରୁ ଏହାର ପ୍ରତିଯୋଗୀଙ୍କୁ ନେଇ ଅନେକ ଚର୍ଚ୍ଚା ଜାରି ରହିଛି । କିଛି ଜଣ ଏଥିପାଇଁ ଫାଇନାଲ ହୋଇ ସାରିଥିବାବେଳେ କିଛିଙ୍କ ନାଁ ଏବେ ବି ଚର୍ଚ୍ଚାରେ ରହିଛି । ପ୍ରତିବର୍ଷ ଏହି ଶୋରେ ଅନେକ ଡ୍ରାମା ସହିତ ଟୁଇଷ୍ଟ ଦେଖିବାକୁ ମିଳେ, ଯାହା ଦର୍ଶକଙ୍କର ଖୁବ ମନୋରଞ୍ଜନ କରିଥାଏ । ତେଣୁ ଚଳିତ ସିଜିନ୍‌ ମଧ୍ୟ ପୂର୍ବ ପରି ଖୁବ ଇଣ୍ଟ୍ରେଷ୍ଟିଂ ହେବ ବୋଲି ସମସ୍ତେ ଆଶା ରଖିଛନ୍ତି । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ସଲମାନ ଖାନ ଏହାର ହୋଷ୍ଟିଂ କରୁଛନ୍ତି ।

Leave A Reply

Your email address will not be published.