ଆତ୍ମହତ୍ୟା କରିଛନ୍ତି ପଟ୍ଟାମୁଣ୍ଡାଇ ଛାତ୍ରୀ – ଏସପି

0

ପଟ୍ଟାମୁଣ୍ଡାଇ: ଆତ୍ମହତ୍ୟା କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧୀନ କାଠିଆପଡ଼ା କଲେଜ ଛାତ୍ରୀ । ଛାତ୍ରୀଙ୍କର ଭିସେରା ଓ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି । ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଥିବା ବେଳେ ଶରୀରରେ କୌଣସି ବିଷକ୍ରିୟା ନଥିବା ଭିସେରା ରିପୋର୍ଟରେ ଉଲ୍ଲେଖ ରହିଛି।

ଛାତ୍ରୀଙ୍କ ମୃତ୍ୟୁର କାରଣକୁ ନେଇ ବିଭିନ୍ନ ଦିଗ ଆଡ଼କୁ ଅଙ୍ଗୁଳି ଉଠୁଥିବା ବେଳେ ମୃତ୍ୟୁର ପ୍ରାୟ ୧୩ ଦିନ ପରେ ପୁଲିସ ଏହାର କାରଣ, କେମିତି ଓ କେଉଁ ପରିସ୍ଥିତିରେ ଅଘଟଣ ହୋଇଥିଲା ତାହା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏନେଇ କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇଛନ୍ତି।

ଛାତ୍ରୀଙ୍କ ଶରୀର ୯୫ ପ୍ରତିଶତ ପୋଡ଼ି ଯାଇଥିବା ନେଇ ସୂଚନା ଦେଇଛନ୍ତି ତଦନ୍ତକାରୀ ଅଧିକାରୀ । ଛାତ୍ରୀଙ୍କ ମୃତ୍ୟୁର କାରଣ ଅଗ୍ନିକାଣ୍ଡ ଜନିତ ଆଘାତ । ତାଙ୍କ ଶ୍ୱାସନଳୀରେ କାର୍ବନ କଣିକା ମିଳିଛି, ଯାହା ମୃତ୍ୟୁର କାରଣ ଅଗ୍ନିକାଣ୍ଡ ବୋଲି ସୂଚାଉଛି । ଅଗ୍ନିରେ ଦାହ ଜନିତ ମୃତ୍ୟୁରେ ଏପରି ଶ୍ୱାସନଳୀରେ କାର୍ବନ କଣିକା ଦେଖିବାକୁ ମିଳିଥାଏ । ସେହିପରି ମୃତ୍ୟୁ ପୂର୍ବରୁ ସେ ନିଆଁ ଯୋଗୁଁ ଆଘାତପ୍ରାପ୍ତ ହୋଇଥିଲେ । ଯାହା ମୃତ୍ୟୁ ପୂର୍ବରୁ ଲାଗିଥିବା ଆଘାତଜନିତ ତଥ୍ୟ (ଆଣ୍ଟି ମୋର୍ଟମ ରିପୋର୍ଟ)ରେ ସ୍ପଷ୍ଟ ହୋଇଛି ।

ସୂଚନାଯୋଗ୍ୟ, ଗତ ୬ ତାରିଖରେ କାଠିଆପଡ଼ା ଗ୍ରାମର ଯୁକ୍ତ ୩ ତୃତୀୟ ବର୍ଷର ଛାତ୍ରୀ ନିଜ ଘରେ ଜଳି ଯାଇଥିଲେ। ପ୍ରେମିକ ତାଙ୍କୁ ଧୋକା ଦେବା ଓ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପ୍ରଘଟ କରିବାରୁ ଯୁବତୀ ଜଣକ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଅପରପକ୍ଷରେ ଏହି ବ୍ଲକ ବିଲିକଣା ପଞ୍ଚାୟତ ତେରେଇ ଗ୍ରାମର ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ଯେ ନିଜ ଝିଅକୁ ମାରି ପ୍ରମୋଦକୁ ଫସାଇଛନ୍ତି। କେନ୍ଦ୍ରାପଡ଼ା ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ନିଜେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ।

Govt
Leave A Reply

Your email address will not be published.