ବରଗଡ ନାବାଳିକା ପୋଡି ଘଟଣାରେ ପେଟ୍ରୋଲ ଦୋକାନୀ ଗିରଫ

0

ବରଗଡ : ବରଗଡ ନାବାଳିକା ପୋଡି ଘଟଣାରେ ଖୋଲାରେ ପେଟ୍ରୋଲ ବିକ୍ରି କରିଥିବା ରାସନ ଦୋକାନୀ ଗିରଫ । ରାସନ ଦୋକାନୀ ପ୍ରେମାନନ୍ଦ ଡନସେନାଙ୍କୁ ଗିରଫ କରିଛି ଗାଇସିଲେଟ ପୋଲିସ । ପୂର୍ବରୁ ମଧ୍ୟ ପୋଲିସ ପ୍ରେମାନନ୍ଦଙ୍କୁ ଥାନାକୁ ଡାକି ପଚରାଉଚୁରା କରିଥିଲା ।

ସୂଚନାନୁସାରେ,ଗତ ୧୧ ତାରିଖ ସକାଳ ୮ ଟା ବେଳେ ବରଗଡ଼ ଜିଲ୍ଲା ଫିରିଙ୍ଗିମାଲ ଗାଁ ଖେଳ ପଡ଼ିଆରେ ଜଣେ ୧୩ ବର୍ଷିଆ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପ୍ରାଥମିକ ଅବସ୍ଥାରେ ତାଙ୍କ ଶରୀରର ପ୍ରାୟ ୪୦ ପ୍ରତିଶତ ଜଳିଯାଇଥିଲା । ଗାଁ ଲୋକଙ୍କ ସହାୟତାରେ ତାଙ୍କୁ ପ୍ରଥମେ ବରଗଡ଼ ମୁଖ୍ୟ ଡାକ୍ତରଖାନା ଏବଂ ପରେ ବୁର୍ଲା ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେହିଦିନ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ନାବାଳିକା ଜଳି ଯାଇଥିବାବେଳେ ଚିତ୍କାର କରି ଜଣେ ଝିଅର ନାଁ ନେଇଥିଲେ । ଏହାକୁ ନେଇ ପୋଲିସ ତଦନ୍ତ ଜାରି ରହିଥିବାବେଳେ ନାବାଳିକା ପ୍ରେମାନନ୍ଦ ଡନସେନାଙ୍କ ରାସନ ଦୋକାନରୁ ନିଜେ ପେଟ୍ରୋଲ କିଣିଥିଲା ବୋଲି ଜଣାପଡିଥିଲା । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରହିଥିବାବେଳେ ନାବାଳିକାଙ୍କୁ ଭାଇଙ୍କ ସମେତ ତାଙ୍କ ପରିବାରର ୪ ଜଣଙ୍କୁ ପଚରାଉଚରା କରିଛି ପୋଲିସ ।

Leave A Reply

Your email address will not be published.