ସମ୍ପତି ବିବାଦରୁ ଯୁବକଙ୍କୁ ଜାଳିଦେଲେ ବାପା,ସାବତ ମା’ ଏବଂ ଭାଇ

0

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ବାଲିପାଟଣାରେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ବାପା,ସାବତ ମା’ ଏବଂ ସାନଭାଇ । ଏହି ବିଭତ୍ସ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ବାଲିପାଟଣା ପୋଲିସ । ସମ୍ପତି ବିବାଦ ଯୋଗୁଁ ତାଙ୍କ ସ୍ୱାମୀଙ୍କୁ ଜଳି ଦେଇଥିବା କଥା ସ୍ତ୍ରୀ ବାଲିପାଟଣା ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବରୁ ମଧ୍ୟ ଏକାଧିକ ବାର ଘଟଣା ଥାନାକୁ ଯାଇଥିଲା । ଏହାପରେ ଆପୋଷ ସମାଧାନ ମଧ୍ୟ ହୋଇଥିଲା । ତେବେ ପୂର୍ବରୁ ଜମିଜମାକୁ ନେଇ ପାରିବାରକ ବିବାଦ ଥିବା ସ୍ଥାନୀୟ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଏସିପି କହିଛନ୍ତି । ମୃତକ ଛୋଟ ଥିବାବେଳେ ତାଙ୍କ ବାପା ଦ୍ୱିତୀୟ ବିବାହ କରିଥିଲେ ।

ଶୁକ୍ରବାର ମୃତକଙ୍କ ପତ୍ନୀଙ୍କ ଆଗରେ ଏହି ଜଘନ୍ୟ କାଣ୍ଡ ଘଟାଇଥିଲେ ବାପା ଓ ଭାଇ । ଏନେଇ ମୃତକ ମଧ୍ୟ ବୟାନ ଦେଇଥିଲେ । କହିଥିଲେ ବାପା ଓ ଭାଇ ତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଛନ୍ତି । ଏପରିକି ବାପା, ଭାଇ ଓ ସାବତ ମାଆ ସବୁଥିରେ ପାତର ଅନ୍ତର କରୁଥିଲେ ବୋଲି କହିଛନ୍ତି ମୃତକ ।

ଏହି ଘଟଣାରେ ବାଲିପାଟଣା ପୋଲିସ ମୃତ ଜ୍ୟୋତିରଞ୍ଜନ ମାଠିଆଙ୍କ ବାପା, ଭାଇ ସହ ସାବତ ମାଆଙ୍କୁ ଗିରଫ କରିଛି । ଏନେଇ ସୂଚନା ଦେଇଛନ୍ତି ଜୋନ୍-୪ ଏସିପି । ପୋଲିସ ସୂଚନା ଅନୁସାରେ, ଜମିବାଡ଼ିକୁ ନେଇ ପରିବାରରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଥିଲା । ଘଟଣାସ୍ଥଳରୁ ପୋଲିସ ପେଟ୍ରୋଲ ବୋତଲ ସହ ଦିଆସିଲି ଜବତ କରିଛି । ଆବଶ୍ୟକ ପଡ଼ିଲେ ଗିରଫ ତିନି ଜଣଙ୍କୁ ରିମାଣ଼୍ଡରେ ଅଣାଯିବ ବୋଲି କହିଛନ୍ତି ଜୋନ୍-୪ ଏସିପି ।

ଗତକାଲି ନିଆଁରେ ପୋଡ଼ି ଯାଇଲେ ଯୁବକ ଜଣଙ୍କ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ଯୁବକଙ୍କ ଶରୀର ୮୦ରୁ ଊର୍ଦ୍ଧ୍ଵ ପ୍ରତିଶତ ପୋଡ଼ି ଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଏମ୍ସରେ ମୃତ୍ୟୁ ହୋଇଛି । ମାମଲାରେ ପୋଲିସ ମୃତକଙ୍କ ବାପା, ସାବତ ମାଆ ଓ ଭାଇକୁ ପଚରାଉଚରା ପରେ ଗିରଫ କରିଛି ।

Govt
Leave A Reply

Your email address will not be published.