ଭୁବନେଶ୍ୱର : କିଛି ଦିନର ନୀରବତା ପରେ ଆଜି ପୁଣି ଚଳଚଞ୍ଚଳ ହୋଇଛି ନବୀନ ନିବାସ। ଏକାଠି ହେଉଛନ୍ତି ବରିଷ୍ଠ ନେତା । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି ଗୁରୁତ୍ତ୍ୱପୂର୍ଣ୍ଣ ବୈଠକ । ମୁମ୍ବାଇରୁ ସୁସ୍ଥ ହୋଇ ଆସିବା ପରେ ବରିଷ୍ଠ କାର୍ଯ୍ୟକର୍ତାଙ୍କ ସହ ନବୀନ ପଟ୍ଟନାୟକଙ୍କ ଏହା ପ୍ରଥମ ବୈଠକ । ବୈଠକରେ ଦଳର ସାଂଗଠନିକ ସମୀକ୍ଷା ଓ ଆଗାମୀ ରଣନୀତି ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି।
ବୈଠକରେ ଉପସ୍ଥିତ ନେତାମାନଙ୍କ ମଧ୍ୟରେ ସୁଦାମ ମାରାଣ୍ଡି, ଅମର ପଟ୍ଟନାୟକ, ରୋହିତ ଜୋଶେଫ ର୍ତିକି, ପ୍ରଫୁଲ ସାମଲ, ଜଗନ୍ନାଥ ସାରକା, ସାଲୁଗା ପ୍ରଧାନ ଏବଂ ପ୍ରଦୀପ ଦିଶାରୀ ଥିଲେ ଏହା ବ୍ୟତୀତ ଅନ୍ୟାନ୍ୟ ଜିଲା ସଭାପତି ଓ କୋର କମିଟି ସଦସ୍ୟମାନେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ।
ତେବେ ବୈଠକରେ କେଉଁ ବିଷୟରେ ଆଲୋଚନା ହୋଇଛି ତାହା ଜଣାପଡ଼ିନଥିଲେ ମଧ୍ୟ ଉପରାଷ୍ଟ୍ରପତି ପ୍ରାର୍ଥୀକୁ ନେଇ କିଛି ଆଲୋଚନା ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।