ବରଗଡ଼ ନାବାଳିକା ପୋଡି ଘଟଣା,୩ ଜଣଙ୍କୁ ଅଟକ ରଖି ଜେରା

0

ବରଗଡ଼: ବରଗଡ଼ ଜିଲ୍ଲା ଫିରିଙ୍ଗିମାଲ ୮ମ ଶ୍ରେଣୀ ଜଳିଯିବା ଘଟଣା । ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ । ବରଗଡ଼ ଏସପିଙ୍କ ନେତୃତ୍ୱରେ ୩ ଜଣିଆ ଟିମର ଖୋଳତାଡ଼ ଜାରି ରଖିଛି । ନାବାଳିକାଙ୍କ ୨ ଜଣ ସମ୍ପର୍କୀୟ ଏବଂ ପେଟ୍ରୋଲ ଦେଇଥିବା ଦୋକାନୀଙ୍କୁ ପଚରାଉଚରା କରୁଚି ପୋଲିସ । ମୃତ ଛାତ୍ରୀଙ୍କ ଅଜା, ଜଣେ ଦୋକାନୀଙ୍କ ସମେତ ୨ଜଣଙ୍କୁ ପଚରା ଜାରି ରଖିଛି । ରହସ୍ୟ ଘେରରେ ରହିଛି ଛାତ୍ରୀ ଜୀବନ ହାରିବା ଘଟଣା । ନିଜେ ଜଳିଲେ ନା କିଏ ଜାଳିଦେଲା ? ଏନେଇ ଖୋଳତାଡ଼ ଜାରି ରଖିଛି ପୋଲିସ । ତଦନ୍ତ ପ୍ରକ୍ରିୟାରେ ୩ରୁ ୪ ଜଣ ଟିମ୍ ଅଛନ୍ତି ବୋଲି କହିଛନ୍ତି ଆଇଜି ହିମାଂଶୁ ଲାଲ । ଛାତ୍ରୀଙ୍କ ପାଖକୁ ପେଟ୍ରୋଲ ଆସିଲା କେଉଁଠୁ ? କିଏ ପେଟ୍ରୋଲ ଦେଲେ ନା ଛାତ୍ରୀ ଜଣଙ୍କ ନିଜେ ଆଣିଥିଲେ ? ଛାତ୍ରୀଙ୍କ ବୟାନରେ ଦେଇଥିବା ଟୁକେଲ୍ ର ସହସ୍ୟ କଣ ? ସମସ୍ତ ଦିଗକୁ ନେଇ ଏବେ ତଦନ୍ତ ଜାରି ରଖିଛି ପୋଲିସ । ଅନ୍ୟପଟେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଖୋଲିବ ମୃତ୍ୟୁର ରହସ୍ୟ ।

ଗତକାଲି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ପିରିଙ୍ଗିମାଳ ଗାଁରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜୀବନ ହାରିବା ଉଦ୍ୟମ କରିଥିଲେ । ବୁର୍ଲା ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା । ବୁର୍ଲା ବଡ଼ ଡ଼ାକ୍ତରଖାନାରେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । କାଲି ରାତିରେ ହିଁ ଛାତ୍ରୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଘଟଣାକୁ ନେଇ ପୋଲିସର ତଦନ୍ତ ଜାରି ।

Govt
Leave A Reply

Your email address will not be published.