ସାମଗ୍ରୀ
ସାଗୁ ଏକ କପ୍, ସିଝା ଆଳୁ ୨ଟି, ଧନିଆ ପତ୍ର ଅଳ୍ପ, ଭଜା ବାଦାମ ଚୁନା (ଖଣ୍ଡ ଖଣ୍ଡ ଥିବା)ଅଧା କପ୍, ଏକ ଚାମଚ ଲଙ୍କା ଗୁଣ୍ଡ, କଞ୍ଚା ଲଙ୍କା ୨ଟି (କଟାହୋଇଥିବା), ଜିରା ଗୁଣ୍ଡ ଅଧା ଚାମଚ, ଖାଲି ଜିରା ଅଧା ଚାମଚ, ଧନିଆ ଗୁଣ୍ଡ ଅଧା ଚାମଚ, ଲେମ୍ବୁ ରସ ୨ ଚାମଚ (ଛୋଟ) ।
ପ୍ରଣାଳୀ
ପ୍ରଥମେ ଏକ କପ୍ ପାଣିରେ ସାଗୁକୁ ପାଞ୍ଚ ଛଅ ଘଣ୍ଟା ପାଇଁ ବତୁରାଇ ରଖନ୍ତୁ । ଏହା ନରମ ହୋଇ ଫୁଲିବା ପରେ ଏହାକୁ ଛାଣି ନିଅନ୍ତୁ । ଏଥିରେ ଆଳୁ, ବାଦାମକୁ ମିଶାଇ ନିଅନ୍ତୁ । ତାପରେ ସମସ୍ତ ଗୁଣ୍ଡ ମସଲା, ଜିରା ଓ ଲେମ୍ବୁ ରସ ପକାନ୍ତୁ । ଏହି ମିଶ୍ରଣକୁ ବରା ଆକାରରେ କରନ୍ତୁ ଏବଂ ଛାଣି ନିଅନ୍ତୁ । ଏହି ବରା ସହ ଦହିରେ ପୋଦିନା ପତ୍ର, ଲୁଣ ଓ ଅଳ୍ପ ଚିନି ମିଶାଇ ପରଷି ପାରିବେ ।

Comments are closed.