ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି, ବାଲ ଗଙ୍ଗାଧର ତିଲକ

ଜଣେ ଭାରତୀୟ ଜାତୀୟବାଦୀ, ସାମ୍ବାଦିକ, ଶିକ୍ଷକ, ସମାଜ ସଂସ୍କାରକ, ଓକିଲ ଏବଂ ସ୍ୱାଧୀନତା ସଂଗ୍ରାମୀ ଭାବେ ବେଶ୍‌ ପରିଚିତ ଥିଲେ ବାଲ ଗଙ୍ଗାଧର ତିଲକ । ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତାଙ୍କର ମହତ କାମ ପାଇଁ ତାଙ୍କୁ ଲୋକମାନ୍ୟ ଉପାଧିରେ ଭୂଷିତ କରାଯାଇଥିଲା । ସେ ସ୍ୱରାଜ (ଆପଣା ଶାସନ) ଆନ୍ଦୋଳନର ବଳିଷ୍ଠତମ ସମର୍ଥକ ଥିଲେ ତଥା ଭାରତୀୟ ଚେତନାର ଜଣେ ଶକ୍ତ ପ୍ରବର୍ତ୍ତକ ଥିଲେ । ଦେଶ ସ୍ୱାଧୀନତାରେ ତାଙ୍କର ଦାନ ଅତୁଳନୀୟ । ୧୮୫୬ ଜୁଲାଇ ୨୩ରେ ରନିଗିରିରେ ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ବାଲ ଗଙ୍ଗାଧର ତିଲକ । ପାଠ ପଢା ସରିବା ପରେ ଶିକ୍ଷକଭାବେ ନିଜ ଜୀବନ ଆରମ୍ଭ କରିଥିଲେ ଗଙ୍ଗାଧର । ହେଲେ ସେହି ସମୟରୁ ସମାଜ ପାଇଁ କିଛି କରିବାର ଇଚ୍ଛା ତାଙ୍କୁ ଧୀରେଧୀରେ ସ୍ୱାଧୀନତା ପାଇଁ ଲଢେଇରେ ସାମିଲ କରାଇଥିଲା । ତାଙ୍କୁ ଭାରତର ଜଣେ ମହାନ ରାଜନେତା ଭାବେ ସମ୍ଭୋଧ କରାଯାଇଥାଏ । ଦେଶପାଇଁ ସେ ଅନେକ କିଛି କରିଯାଇଛନ୍ତି, ଯାହା ତାଙ୍କୁ ଚିର ଦିନ ପାଇଁ ଅମର କରି ରଖିଛି । ଏହି ମହାନ ଆତ୍ମାଙ୍କର ୧୯୨୦ ମସିହା ଅଗଷ୍ଟ ୧ ତାରିଖରେ ଦେହାନ୍ତ ଘଟିଥିଲା ।

Launching Ceremony of “AYUSHMAN BHARAT

Comments are closed.