ଭାରତୀୟ ସ୍ୱତନ୍ତ୍ରତା ସଂଗ୍ରାମର ମହାନ ତଥା କ୍ରାନ୍ତିକାରୀ ବ୍ୟକ୍ତିଥିଲେ ଉଧାମ ସିଂ । ଜାଲିଓ୍ୱାନା ବାଗ ହତ୍ୟାକାଣ୍ଡ ସମୟରେ ତତ୍କାଳିନ ଗର୍ଭନର ଜେନରାଲ ମାଇକେଲ ଓ ଡାୟରଙ୍କୁ ଗୁଳିକରି ହତ୍ୟା କରିଥିଲେ । ତାଙ୍କର ଭାରତର ସ୍ୱାଧୀନତା ସଂଗ୍ରାମରେ ଖୁବ ଅଧିକ ଯୋଗଦାନ ରହିଛି । ଉଧାମ ସିଂଙ୍କ ଜନ୍ମ ୧୮୯୯ ମସିହା ୨୬ ଡିସେମ୍ବରରେ ପଞ୍ଜାବର ଏକ ଗ୍ରାମରେ ହୋଇଥିଲା । ତେବେ ପିଲାଦିନୁ ତାଙ୍କର ମାତା ପିତାଙ୍କର ଦେହାନ୍ତ ହୋଇଯାଇଥିବାରୁ ସେ ଏ ଅନାଥ ଆଶ୍ରମରେ ବଡ ହୋଇଥିଲେ । ୧୯୧୯ରେ ସେ ଅନାଥ ଆଶ୍ରମ ଛାଡି କ୍ରାନ୍ତିକାରୀଙ୍କ ସହିତ ରହିବାକୁ ଆରମ୍ଭ କରିଥିଲେ, ଏହାପରେ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା । ଜୀବନର ମାତ୍ର ୪୦ ବର୍ଷରେ ସେ ଅନେକ କିଛି କରିଛନ୍ତି ଯାହା ଖୁବ ପ୍ରେରଣାଦାୟୀ । ତେବେ ୧୯୪୦ରେ ସେ ଜାଲିଓ୍ୱାନା ବାଗ୍ ହତ୍ୟାକାଣ୍ଡର ପ୍ରତିଶୋଧ ନେବା ପାଇଁ ମାଇକେଲ ଓ ଡାୟରଙ୍କୁ ଗୁଳିକରି ହତ୍ୟା କରିଥିଲେ । ଯାହାପରେ ତାଙ୍କୁ ଇଂରେଜ ସରକାର ଗିରଫ କରିଥିଲେ । ତାଙ୍କ ଉପରେ ଏହାପରେ ମାମଲା ଚାଲିଲା ଯାହାପରେ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା । ତାଙ୍କୁ ୧୯୪୦ ଜୁଲାଇ ୩୧ରେ ଫାଶୀ ଦିଆଯାଇଥିଲା । ଯାହାପରେ ଭାରତରେ ତାଙ୍କୁ ସହିଦ ସମ୍ଭୋଧନ କରାଯାଇଥାଏ ।

Comments are closed.