ପ୍ରତି ପଞ୍ଚାୟତରେ ହେବ ଜଗନ୍ନାଥ ବଟିକା – ଉପ ମୁଖ୍ୟମନ୍ତ୍ରୀ

0

କୋଣାର୍କ: ଏଣିକି ରାଜ୍ୟର ପ୍ରତି ପଞ୍ଚାୟତରେ ହେବ ଜଗନ୍ନାଥ ବାଟିକା । ରଥକାଠ ଅଭାବକୁ ପୂରଣ କରିବ ଜଗନ୍ନାଥ ବାଟିକା । ନିମାପଡାରେ ୧୦୫ ଏକର ସରକାରୀ ଜମି ଚିହ୍ନଟ ହୋଇଛି । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

ସୂଚନା ଥାଉକି ଏକାମ୍ର କାନନରେ ପ୍ରତିଷ୍ଠା ହୋଇଥିଲା ‘ଜଗନ୍ନାଥ ବାଟିକା’ ଯେଉଁଠି ଜଗନ୍ନାଥଙ୍କ ସକାଳ ନୀତିଠାରୁ ଆରମ୍ଭ କରି ଅବକାଶ ନୀତି, ବିଭିନ୍ନ ବେଶ, ରଥ ତଥା ଦାରୁବ୍ରହ୍ମ ନିର୍ମା‌ଣରେ ବ୍ୟବହୃତ ସମସ୍ତ ବୃକ୍ଷ ଏଠାରେ ରହିଥିଲା। ଲିମ୍ବ, ଶିମିଳି, ପାଳଧୁଆ, ଫାସୀ, ଅସନ, ଧଉରା, କଂସ, କଦମ୍ବ, କାଳଚୁଆ, ଦେବଦାରୁ, ଗମ୍ଭାରୀ ଆଦି ବୃକ୍ଷ ରହିଥିଲା। ଯାହାକି ରଥ ନିର୍ମାଣରେ ବ୍ୟବହୃତ ହୁଏ।

ଏହାବ୍ୟତୀତ ଔଷଧ ପାଇଁ ବ୍ୟବହୃତ ଗମ୍ଭାରୀ, ବେଲ, ପାଟେଳୀ, ଶାଳପର୍ଣ୍ଣା, ଲବଙ୍ଗ, ଅଗ୍ନିବଥୁ, ଗୋଖରି, ଅଙ୍କରାତି ପ୍ରଭୃତି ବୃକ୍ଷ, ଫୁଲୁରୀ ତେଲ ପ୍ରସ୍ତୁତ ଲାଗି ଚନ୍ଦ୍ରିକା, ରଜନୀଗନ୍ଧା, ଯୁଇ, ଜାଇ, ମଲ୍ଲୀ, ସୁଗନ୍ଧରାଜ, ଦୁର୍ଲଭା, ଚମ୍ପା, ରଙ୍ଗଣି, ବଉଳ ଫୁଲ, କିଆ, କେତକୀ, ମାଳତୀ, ନାକଚଣା, କରପଲ୍ଲବ, ଗେଣ୍ଡୁ, କୁସୁମ, ଗଙ୍ଗଶିଉଳି, ପଦ୍ମ, କାଠ ଚମ୍ପା, ନଡ଼ିଆ, ଗୁଆ, ଡାଳିମ୍ବ, ବରକୋଳି, କାକୁଡ଼ି, ସପୁରି, ପିଜୁଳି, ଆତ, କଦଳୀ, ଆମ୍ବ, ଜାମୁ, ହରିଡ଼ା, ବାହାଡ଼ା, ଅଁଳା ଆଦି ବୃକ୍ଷ ରୋପଣ କରାଯାଇଥିଲା ।

Leave A Reply

Your email address will not be published.