ଆରବିଆଇ ର ୨ ଜଣ ବିଶେଷଜ୍ଞଙ୍କ ଉପସ୍ଥତିରେ ହେବ ରତ୍ନଭଣ୍ଡାର ଗଣତିମଣତି – ଆଇନମନ୍ତ୍ରୀ

ଭୁବନେଶ୍ବର: ରତ୍ନଭଣ୍ଡାର ଓ ଗଣତିମଣତିକୁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ମହାପ୍ରଭୁଙ୍କ ରତ୍ନଭଣ୍ଡାର ଗଣତିମଣତି ନେଇ ଆରବିଆଇ ଦୁଇ ଜଣ ବିଶେଷଜ୍ଞଙ୍କୁ ମନୋନୀତ କରି ଆମକୁ ଜଣାଇଛନ୍ତି। ଏନେଇ ରାଜ୍ୟ ସରକାର ଆରବିଆଇକୁ ଚିଠି ଲେଖିଥିଲେ ।

ପରବର୍ତ୍ତୀ ପଦକ୍ଷେପ ସ୍ୱରୂପ ଆମେ ଖୁବ କମ ଦିନ ମଧ୍ୟରେ ପରିଚାଳନା କମିଟି ଗଠନ କରିଦେବୁ। ପରିଚଳନା କମିଟିର ଅନୁମତି କ୍ରମେ ଉଚ୍ଚସ୍ତରୀୟ କମିଟି ରତ୍ନଗୁଡ଼ିକୁ ଭିତର ରତ୍ନଭଣ୍ଡାରକୁ ସ୍ଥାନାନ୍ତରିତ କରିବେ । ତାହା ପରେ ତାରିଖ ନିର୍ଦ୍ଧାରଣ କରି ଆରବିଆଇର ଦୁଇ ଜଣ ସଦସ୍ୟଙ୍କ ଉପସ୍ଥିତିରେ ଗଣତିମଣତି ହେବ।

Launching Ceremony of “AYUSHMAN BHARAT

Comments are closed.