ଅଗଷ୍ଟରେ ଆସିବ ଟିଜର

0

ଅକ୍ଷୟ ଓ ଅର୍ଶଦ ବର୍ସୀଙ୍କର ଜଲି ଏଲ୍ ଏଲ୍ ବି ଫିଲ୍ମ ସିରିଜକୁ ଦର୍ଶକ ସବୁବେଳେ ଭଲ ପାଇବା ଦେଇ ଆସିଛନ୍ତି । ଏହି ଦୁଇ ଯୋଡିକୁ ଅନ୍ସ୍କ୍ରିନ ସମସ୍ତେ ଖୁବ ଭଲ ପାଇବା ଦେଇଥାଆନ୍ତି । ପୂର୍ବରୁ ଦୁଇଟି ଭାଗକୁ ଦର୍ଶକ ପସନ୍ଦ କରିଥିବାବେଳେ ଖୁବଶୀଘ୍ର ଏହାର ତୃତୀୟ ଭାଗ ଅର୍ଥାତ ଜଲି ଏଲ୍ ଏଲ୍ ବି ୩ ଆସିବାକୁ ଯାଉଛି । ଏହାର ଟିଜର ଅଗଷ୍ଟ ମାସରେ ରିଲିଜ୍ ହେବାନେଇ ସୂଚନା ମିଳିଛି । ଅକ୍ଷୟଙ୍କର ଏହି ବର୍ଷ ଅନେକ ଫିଲ୍ମ ଆସି ସାରିଥିବାବେଳେ ଏହା ୨୦୨୫ର ଶେଷ ରିଲିଜ୍ ହେବା ନେଇ ଆଲୋଚନା ହେଉଛି । ଫିଲ୍ମରେ ଅକ୍ଷୟ ଓ ଅର୍ଶଦଙ୍କ ବ୍ୟତିତ ସୌରଭ ଶୁକ୍ଲା, ହୁମା କ୍ୟୁରେସି ଓ ଅମ୍ରିତା ରାଓ ମଧ୍ୟ ନଜର ଆସିବେ । ଫିଲ୍ମକୁ ନେଇ ସୋସିଆଲ ମିଡିଆରେ ଖୁବ ଆଲୋଚନା ହେଉଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.