ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ୨ ଗିରଫ

0

ଜୟପୁର : ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଞ୍ଚଳରେ ନର୍ସିଂ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା । ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଫଟୋରେ ଥିବା ଯୁବକ ଓ ଫଟୋ ଭାଇରାଲକାରୀକୁ ଗିରଫ କରାଯାଇଛି । ଭାଇରାଲ ଫଟୋରେ ଥିବା ପୁରୁଷବନ୍ଧୁ ଉଦ୍ଧବ ଗଡ଼ନାୟକଙ୍କୁ ଜୟପୁରରୁ ଏବଂ ଫଟୋ ଭାଇରାଲ କରିଥିବା ସତ୍ୟଜିତ ସରକାରକୁ ନୟାଗଡ଼ରୁ ଗିରଫ କରାଯାଇଛି । ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିଲା ସତ୍ୟଜିତ ସରକାର । ତେବେ ଛାତ୍ରୀ ତାଙ୍କ କଥାରେ ରାଜି ନହେବାରୁ ପ୍ରତିଶୋଧ ପରାୟଣ ହୋଇ ସେ ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫୋଟ ସୋସିଆଲ ମିଡିଆରେ ଭାଇରାଲ କରିଦେଇଥିଲା । ଏହାଜାଣିପାରି ଲଜ୍ଜା ଓ ଅପମାନ ଭୟରେ ଗତ ୧୭ ତାରିଖରେ ଛାତ୍ରୀ ଘରେ ଥିବା ଘାସ ମରା ବିଷ ପି’ଦେଇଥିଲେ ।

ସେପଟେ ନର୍ସିଂ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରୁ ଭୁବେନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଫଟୋ ଭାଇରାଲ ପରେ ଗତ ଜୁଲାଇ ୧୭ ତାରିଖରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଛାତ୍ରୀ ଜଣକ ।

Leave A Reply

Your email address will not be published.