ରାଜ୍ୟରେ ସବୁ ସ୍କୁଲରେ ଲାଗିବ ସିସିଟିଭି- ଗଣଶିକ୍ଷା ମନ୍ତ୍ରୀ

0

ଭୁବନେଶ୍ୱର : ରାଜ୍ୟରେ ସବୁ ସ୍କୁଲରେ ଲାଗିବ ସିସିଟିଭି । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦନ ଗଣ୍ଡ । ମନ୍ତ୍ରୀ କହିଛନ୍ତି ଛାତ୍ରୀଙ୍କ ସୁରକ୍ଷାକୁ ସରକାରଙ୍କ ପ୍ରାଥମିକତା । ସେଥି ପାଇଁ ଅନେକ ପଦକ୍ଷେପ ନେଉଛନ୍ତି ରାଜ୍ୟ ସରକାର । ଏଣିକି ସିବିଏସଇ ସ୍କୁଲ ଭଳି ରାଜ୍ୟର ସବୁ ସ୍କୁଲରେ ସିସିଟିଭି ଲଗାଯିବ । ଏପରିକି ସବୁ ସ୍କୁଲରେ ଆଇସିସି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସ୍କୁଲ ପରିସରରେ ଏକ ସୁରକ୍ଷିତ ଶିକ୍ଷଣ ପରିବେଶ ସୃଷ୍ଟି କରିବା ପାଇଁ ଏହି ପଦକ୍ଷେପ ନିଆଯାଉଛି । ଆଗାମୀ ଦିନରେ ସ୍କୁଲ ଓ ଶ୍ରେଣୀଗୃହରେ ସିସିଟିଭି କ୍ୟାମେରା ଲଗାଯିବା ନେଇ ବିଭାଗ ଆଲୋଚନା କରୁଛି ଏବଂ ଏହାକୁ ଶୀଘ୍ର କାର୍ଯ୍ୟକାରୀ କରାଯିବ । ସିବିଏସଇ ସ୍କୁଲ ସୁରକ୍ଷା ଅଧୀନରେ ଆଫିଲିଏସନ ବାଏ ଲ-୨୦୧୮ ସଂଶୋଧନ କରିଛି । ବୋର୍ଡର ସମସ୍ତ ଆଫିଲିଏଡ ସ୍କୁଲ ପାଇଁ ସିସିଟିଭି କ୍ୟାମେରା ଲଗାଇବା ବାଧ୍ୟତାମୂଳକ କରିଛି । ଜାତୀୟ ଶିଶୁ ସୁରକ୍ଷା ଆୟୋଗର ମାର୍ଗଦର୍ଶିକା ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.