ସମସ୍ତ ଚାଷୀଙ୍କର ହେବ ଇ-କେଆଇସି

0

ଭୁବନେଶ୍ୱର : ଚାଷୀମାନଙ୍କୁ ନେଇ ବଡ଼ ଖବର। ରାଜ୍ୟର ସବୁ ଚାଷୀଙ୍କର ହେବ ଇ-କେୱାଇସି (ଇଲେକ୍ଟ୍ରୋନିକ ନୋ ୟୋର କଷ୍ଟମର)। ଯାହା ଦ୍ୱାରା ନକଲି ଚାଷୀ ଧରାପଡ଼ିବେ। ଅଗଷ୍ଟ ୨୦ ତାରିଖ ଯାଏଁ ପଞ୍ଜୀକରଣ ଚାଲିବ।

ମନ୍ତ୍ରୀ କହିଛନ୍ତି, “ଖରିଫ ଧାନ ବିକ୍ରି ପାଇଁ ପଞ୍ଜୀକରଣ ସମୟରେ ଚାଷୀମାନଙ୍କର e-KYC କରାଯିବ। ଏହି ପ୍ରକ୍ରିୟାରେ ଚାଷୀଙ୍କ ଫିଙ୍ଗର ପ୍ରିଣ୍ଟ ଏବଂ ଆଖି ସ୍କାନ କରାଯିବ, ଯାହା ଦ୍ୱାରା ଅସଲି ଚାଷୀଙ୍କୁ ଚିହ୍ନଟ କରାଯାଇ ପାରିବ ଏବଂ ନକଲି ଚାଷୀମାନେ ସମ୍ପୃକ୍ତ ସୁବିଧାରୁ ବଞ୍ଚିତ ହେବେ।” ସମସ୍ତ ଚାଷୀ ଇ-କେୱାଇସି କରିବାକୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ବାପା, ଜେଜେବାପାଙ୍କ ନାଁରେ ଜମି ଥିଲେ ପୁଅ କରିପାରିବେ ପଞ୍ଜୀକରଣ। ଯେତିକି ଜମି ଚାଷ କରୁଥିବେ ସେତିକି ପଞ୍ଜୀକରଣ କରିପାରିବେ।

ଏହି ପଦକ୍ଷେପ ରାଜ୍ୟରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ଯୋଜନାଗୁଡ଼ିକରେ ସ୍ୱଚ୍ଛତା ଆଣିବା ସହିତ ଅସଲି ଚାଷୀମାନଙ୍କୁ ସଠିକ ସୁବିଧା ଯୋଗାଇ ଦେବାରେ ସହାୟକ ହେବ।

ସୂଚନାନୁସାରେ,କୃଷକମାନଙ୍କୁ ଆର୍ଥିକ ସମୃଦ୍ଧି ଏବଂ ପ୍ରଗତି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଯୋଜନା ଅଧୀନରେ, ସରକାର ପ୍ରତି ଚାରି ମାସରେ ୨୦୦୦ ଟଙ୍କାର କିସ୍ତି ଜାରି କରନ୍ତି। ତଦନୁସାରେ, ପ୍ରତିବର୍ଷ ତିନୋଟି କିସ୍ତିରେ ୬୦୦୦ ଟଙ୍କା ପଠାଯାଏ

Leave A Reply

Your email address will not be published.