ଘରେ ରୁହନ୍ତୁ ଫିଟ୍‌

0

ବର୍ଷା ଆସିଲେ ଲୋକମାନଙ୍କର ବାହାରେ ଯାଇ ବ୍ୟାୟାମ କରିବା ଯେପରି ବନ୍ଦ ହୋଇଯାଏ । ସେମାନେ ଆଉ ସକାଳୁ ହେଉ କିମ୍ବା ସନ୍ଧ୍ୟାର ବାହାରେ ଚାଲିବା ହେଉ କିମ୍ବା ଯୋଗ କରିବା ହେଉ ପ୍ରାୟ ସବୁ ବନ୍ଦ ହୋଇଯାଏ । ତେବେ ଏହି ସମୟରେ ଆପଣ ଘରେ ବି ଛୋଟଛୋଟ ବ୍ୟାୟାମ କରି ସୁସ୍ଥ ରହିପାରିବେ । ବାହାରକୁ ନଯାଇ ଘରେ କୌଣସି ଏକ୍ସପର୍ଟଙ୍କ ଠାରୁ ସହାୟତା ନେଇ ଆପଣ ଏହି ବ୍ୟାୟାମ ଘରେ କରିପାରିବେ । ଏହି ସମୟରେ ଘରେ ରହି ନିଜକୁ ଶକ୍ତ କରିବା ପାଇଁ ଘରେ ପୁସ୍‌ଅପ କରିପାରିବେ ଏହାଦ୍ୱାରା ଆପଣଙ୍କ ମସଲ ଷ୍ଟ୍ରେନ୍ଥ ବଢିବ । ଘରେ ସ୍କିପିଂ କରିପାରିବେ, ଯାହାଦ୍ୱାରା କାର୍ଡିଓ ହେଲ୍‌ଥ, ଫ୍ଲେକ୍ସିବିଲିଟି ଓ ଫ୍ୟାଟ୍‌ ବର୍ଣ୍ଣ କରିବାରେ ସହାୟକ ହୋଇଥାଏ । ଘରେ କିଛି ସମୟ ପାଇଁ ପ୍ଲାଙ୍କ୍‌ କରିପାରିବେ ଯାହାଦ୍ୱାରା ଆପଣଙ୍କ ମାଂଶପେଶୀ ଶକ୍ତିଶାଳୀ ହେବ । ଏହି ସମୟରେ କେବଳ ଶାରିରୀକ ନୁହେଁ ମାନସିକ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ହୋଇଥାଏ । ତେଣୁ ଏହି ସମୟରେ ଧ୍ୟାନ କରିପାରିବେ ଯାହା ଆପଣଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖିବ ।

Leave A Reply

Your email address will not be published.