ଚଳିତ ମାସରୁ ରାସନକାର୍ଡରେ ମିଳିବ ଗହମ – ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର : ରାସନ କାର୍ଡଧାରୀଙ୍କ ପାଇଁ ଏକ ଖୁସି ଖବର। ଏଣିକି ପ୍ରତି ମାସରେ ରାସନ କାର୍ଡଧାରୀ ଖାଉଟିଙ୍କୁ ଗହମ ଯୋଗାଇ ଦିଆଯିବ। ଏନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି । ରାଜ୍ୟରେ ଉପଲବ୍ଧ ଗହମ ତୁରନ୍ତ ଖାଉଟିଙ୍କୁ ବଣ୍ଟନ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ପୂର୍ବରୁ ମନ୍ତ୍ରୀ କେନ୍ଦ୍ର ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ମନ୍ତ୍ରୀଙ୍କ ନିକଟରେ ଗହମ ଯୋଗାଣ ବୃଦ୍ଧି ପାଇଁ ଦାବି ରଖିଥିଲେ । ଏହାପରେ ଲୋକଙ୍କ ଗହମ ପ୍ରତି ଚାହିଦାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ନିଆଯାଇଛି। ରାଜ୍ୟକୁ ଯେତିକି ଗହମ ପ୍ରାପ୍ତ ହୋଇଛି, ତାହା ରାସନ କାର୍ଡଧାରୀଙ୍କୁ ବିତରଣ କରାଯିବ। “କେନ୍ଦ୍ର ସରକାରଙ୍କ ଠାରୁ ପରବର୍ତ୍ତୀ ପର୍ଯ୍ୟାୟରେ ଗହମ ଆସିଲେ ଖାଉଟିଙ୍କୁ ତାହା ମଧ୍ୟ ଯୋଗାଇ ଦିଆଯିବ।”

Launching Ceremony of “AYUSHMAN BHARAT

Comments are closed.