ହାଭାର୍ଡ ଡାଏଟ୍‌

0

ବର୍ତ୍ତମାନ ଫିଟ୍‌ ରହିବାକୁ ସମସ୍ତେ ଚାହୁଁଛନ୍ତି, ଯେଉଁ କାରଣରୁ ବିଭିନ୍ନ ପ୍ରକାର ଡାଏଟ୍‌ ସମସ୍ତେ ଫଲୋ କରୁଛନ୍ତି । ଏହି ଡାଏଟ୍‌ ତାଲିକାରେ ଅନେକ ପ୍ରକାର ରହିଛି, ଯେପରି କିଟୋଜେନିକ୍‌, ମେଡିଟେରିଆନ୍ସ, ଭେଗାନ୍‌ ଆଦି । ଏଥିରୁ କେତେକ ଡାଏଟ୍‌ ଓଜନ ହ୍ରାସ ପାଇଁ ଉପାଦେୟ ହୋଇଥିବାବେଳେ କେତେକ ଶାରିରୀକ ଶକ୍ତି ଯୋଗାଇଥାଏ । ତେବେ ବର୍ତ୍ତମାନ ଏକ ନୂଆ ଡାଏଟ୍‌ ଟ୍ରେଣ୍ଡ୍‌ ହେବାରେ ଲାଗିଛି । ଏହି ଡାଏଟ୍‌ ଅଧିକ ଦିନ ପର୍ଯ୍ୟନ୍ତ ସୁସ୍ଥ ଲାଇଫ୍‌ ବଞ୍ଚିବାକୁ ଲୋକମାନେ ଫଲୋ କରୁଛନ୍ତି । ଏହି ହାର୍ଭାଡ ଡାଏଟ୍‌ରେ ଏକ ହେଲ୍ଦି ଇଟିଂ ପ୍ଲେଟ୍‌ ଫଲୋ କରାଯାଇଥାଏ । ଯାହା ଏକ ସମ୍ପୂର୍ଣ୍ଣ ପ୍ରୋଟିନ୍‌ ପ୍ୟାକେଜ୍‌ ହୋଇଥାଏ । ଏଥିରେ ଆପଣ ଦିନର ସକାଳ, ମଧ୍ୟାହ୍ନ ଓ ରାତି ଭୋଜନ ପାଇଁ ସମ୍ପୂର୍ଣ୍ଣ ଡାଏଟ୍‌ ପ୍ଲାନ ଫଲୋ କରିବାକୁ ପଡିଥାଏ । ଏହି ଡାଏଟ୍‌ରେ ବିଶେଷ ଭାବେ ପନିପରିବା ଓ ଫଳକୁ ଗୁରୁତ୍ୱ ଦିଆଯାଇଥାଏ । ଏହାସହ ଏଥିରେ ବିଭିନ୍ନ ଶସ୍ୟ, ଦୁଗ୍ଧ ଜାତୀୟ ଖାଦ୍ୟ,ହେଲ୍ଦି ପ୍ଲାଣ୍ଟ ଅଏଲ୍‌ ଆଦି ସାମିଲ ରହିଥାଏ । ଏହି ଡାଏଟ୍‌ ଯେ କେବଳ ଆମକୁ ଫିଟ୍‌ ରଖିଥାଏ ତାହା ନୁହେଁ, ଏହା ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ସମାଧାନ କରିଥାଏ । ଏହି ଡାଏଟ୍‌ରେ ଖାଦ୍ୟର ପରିମାଣ ଉପରେ ବେଶି ଧ୍ୟାନ ଦିଆଯାଇଥାଏ ।

Leave A Reply

Your email address will not be published.