ବଦ୍ଧ ପଦ୍ମାସନ

0

ଏହି ଆସନ କରିବା ପାଇଁ ଯୋଗ ମ୍ୟାଟ୍‌ରେ ପଦ୍ମାସନରେ ବସି ଯାଆନ୍ତୁ । ବସିବା ସମୟରେ ନିଶ୍ୱାସ ଭିତରକୁ ନିଅନ୍ତୁ । ନିଶ୍ୱାସ ଭିତରକୁ ନେଇ ଡାହାଣ ଗୋଡକୁ ଉଠାଇ ବାମ ପଟ ଜଙ୍ଘ ଉପରେ ରଖନ୍ତୁ । ଏହି ପ୍ରକ୍ରିୟାକୁ ଅନ୍ୟ ଗୋଡ ପାଇଁ ମଧ୍ୟ କରନ୍ତୁ । ଏବେ ଆପଣ ପଦ୍ମାସନରେ ବସିଛନ୍ତି । ଏହାପରେ ବାମ ହାତକୁ ପିଠି ପଟରେ ବୁଲାଇ ବାମଗୋଡ ଆଙ୍ଗୁଠିକୁ ଧରନ୍ତୁ । ସେହିପରି ଡାହାଣ ହାତ ବୁଲାଇ ଡାହାଣଗୋ ଆଙ୍ଗୁଠିକୁ ଧରନ୍ତୁ । ବର୍ତ୍ତମାନ ଏହି ପୋଜିସନକୁ ବଦ୍ଧ ପଦ୍ମାସନ କୁହାଯାଏ । ଏହି ପୋଜିସନରେ ଯେତିକି ସମୟ ପାରୁଛନ୍ତି ସେତିକି ସମୟ ରୁହନ୍ତୁ ହେଲେ ୯୦ ସେକେଣ୍ଡ୍‌ରୁ ଅଧିକ ରୁହନ୍ତୁ ନାହିଁ । ସେହିଭଳି ଏହି ଆସନକୁ କୌଣସି ପ୍ରଫେସନାଲଙ୍କ ଆଗରେ କରନ୍ତୁ ।
ଉପକାର
– ଏହା ଆମର ଆଣ୍ଠୁ ପାଇଁ ବେଶ ଉପଯୋଗୀ ହୋଇଥାଏ ।
– କାନ୍ଧ, ପିଠି,କଚଟି ଆଦିକୁ ଶକ୍ତ କରିଥାଏ ।
– ରକ୍ତ ସଞ୍ଚାଳନ ବଢାଇଥାଏ ।
– ପେଟ ସମସ୍ୟା ଦୂର କରିଥାଏ ।

Leave A Reply

Your email address will not be published.