ଭୁବନେଶ୍ୱର: ଜୁଲାଇ ୪: ଓଡ଼ିଶାରେ ଆଉ ୫ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି I ସେମାନଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ୱର ର ହେଇଥିବାବେଳେ, ୩ ଜଣ ଗଂଜାମ ଜିଲ୍ଲାର I ଭୁବନେଶ୍ୱର ରୁ ମୃତ୍ୟୁବରଣ କରିଥିବା ଦୁଇ ଜଣ ପୁରୁଷ ବ୍ୟକ୍ତିଙ୍କର ବୟଷ ଯଥାକ୍ରମେ ୫୧ ଏବଂ ୬୪ ବର୍ଷ I ୫୧ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ Pleural Tuberculosis ରୋଗରେ ପୀଡିତ ଥିଲେ ଏବଂ ୬୪ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ ମଧୁମେହ ରୋଗରେ ପୀଡିତ ଥିଲେ I
ଗଂଜାମ ଜିଲ୍ଲାରୁ ଯେଉଁ ତିନି ଜଣ ପୁରୁଷ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି, ସେମାନଙ୍କ ବୟଷ ଯଥାକ୍ରମେ ୫୦,୨୭ ଓ ୩୫ ବର୍ଷ I ୫୦ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡିତ ଥିଲେ I
ଏହି ୫ ଜଣଙ୍କୁ ମିଶାଇ, ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୩୪ କୁ ବୃଦ୍ଧି ପାଇଛି I
Regret to inform that 5 Covid positive patients passed away while under treatment in hospital.
1. Male aged 51 years of Bhubaneswar, also suffering from Pleural Tuberculosis.
2. Male aged 64 years of Bhubaneswar, also suffering from Diabetes.
(1/2)— H & FW Dept Odisha (@HFWOdisha) July 4, 2020

Comments are closed.