ଭୁବନେଶ୍ୱର : ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଅଫିସ ଭିତରେ ପଶି ମାଡ ମାରିବା ଘଟଣା । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆଜି ବିଜେପିରୁ ୫ ଜଣଙ୍କୁ ନିଲମ୍ବନ କରାଯାଇଛି। ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଏମାନଙ୍କୁ ନିଲମ୍ବିତ କରାଯାଇଛି । କର୍ପୋରେଟର ଅପରୂପ ନାରାୟଣ, ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ,ସଚିକାନ୍ତ ସ୍ୱାଇଁ ଓ ସଞ୍ଜୀବ ମିଶ୍ରଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନିଲମ୍ବନ କରିଛନ୍ତି।
ସୂଚନାନୁଯାୟୀ, ସୋମବାର ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ କିଛି ଦୁର୍ବୃତ୍ତ ମାଡ ମାରିବା ସହ ଆକ୍ରମଣ କରିଥିଲେ । ଏପରିକି ତାଙ୍କ ଅଫିସ ଭିତରୁ କଲର ଧରି ଘୋଷାରି ଘୋଷାରି ଆଣିଥିଲେ ଦୁର୍ବୃତ୍ତ । ଏହି ସମୟରେ ତାଙ୍କ ମୁହଁକୁ ଗୋଇଠା ମାରୁଥିବାର ଦେଖାଯାଇଥିଲା । ତେବେ ଏହି ଅଭିଯୁକ୍ତମାନେ ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସମର୍ଥକ ବୋଲି ଅଭିଯୋଗ ହୋଇଥିଲା । ଏସମ୍ପର୍କରେ ଜଗନ୍ନାଥ କହିଛନ୍ତି ଯେ ମୁଁ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣଙ୍କୁ ଜାଣିଛି।

Comments are closed.