ରେଳ ଭଡ଼ା ବୃଦ୍ଧି,ଆଜି ଠାରୁ ଲାଗୁ ହେବ ନୂଆ ଦର

ଭୁବନେଶ୍ୱର : ବୃଦ୍ଧି ହେଲା ରେଳ ଭଡ଼ା I ୧ ଜୁଲାଇ ମଙ୍ଗଳବାର ଠାରୁ ରେଳଯାତ୍ରୀଙ୍କ ନିମନ୍ତେ ଲାଗୁ ହେବ ନୂଆ ଦର I ଜେନେରାଲ ନନ୍‌-ଏସି ଦ୍ୱିତୀୟ ଶ୍ରେଣୀରେ ସର୍ତ୍ତ ଭିତ୍ତିରେ କିଲୋମିଟର ପିଛା ଅଧା ପଇସା ବୃଦ୍ଧି ହୋଇଛି । ୫୦୦ କିମି ଯାଏ ଅଧ ପଇସା ବୃଦ୍ଧି ହୋଇଥିବାବେଳେ,୫୦୧ରୁ ୧୫୦୦ କିମି ଦୂରତା ପାଇଁ ୫ ଟଙ୍କା, ୧୫୦୧ରୁ ୨୫୦୦ କିମି ପର୍ଯ୍ୟନ୍ତ ଯାତ୍ରା ପାଇଁ ୧୦ ଟଙ୍କା ଏବଂ ୨୫୦୧ରୁ ୩ ହଜାର କିମି ଦୂରତ୍ୱ ପାଇଁ ଭଡ଼ା ୧୫ ଟଙ୍କା ବୃଦ୍ଧି ହୋଇଛି । ତେବେ ରିଜର୍ଭେସନ୍ ଫି, ସୁପରଫାଷ୍ଟ ସରଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି । ସେହିପରି ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇନାହିଁ ବୋଲି ରେଳବାଇ ପକ୍ଷରୁ ଜାରି ବିଜ୍ଞପ୍ତିରେ ପ୍ରକାଶ ପାଇଛି ।

ରେଳବାଇର ବିଜ୍ଞପ୍ତି ଅନୁସାରେ ସାଧାରଣ ଶ୍ରେଣୀରେ ୫୦୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି କରାଯାଇନାହିଁ । ୫୦୧ରୁ ୧୫ଶହ କିଲୋମିଟର ଦୂରତା ପାଇଁ ୫ ଟଙ୍କା ଏବଂ ୨୫ଶହ କିଲୋମିଟର ପର୍ଯ୍ୟନ୍ତ ଦୂରତା ପାଇଁ ୧୦ ଟଙ୍କା ଏବଂ ୨୫ ଶହ ୧ରୁ ୩ ହଜାର କିଲୋମିଟର ଦୂରତା ସ୍ଲାବ୍ ପାଇଁ ୧୫ ଟଙ୍କା ବୃଦ୍ଧି କରାଯାଇଛି ।

ପ୍ରଥମ ଶ୍ରେଣୀ ପାଇଁ ପ୍ରତି କିଲୋମିଟରରେ ୦.୫ ପଇସା ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଏସି ଚେୟାର କାର୍, ଏସି-୩ ଟାୟାର /ଏସି-୩ ଟାୟାର ଇକୋନୋମି, ଏସି ୨-ଟାୟାର, ଏବଂ ଏସି ପ୍ରଥମ/ଏକଜିକ୍ୟୁଟିଭ ଶ୍ରେଣୀ ଲାଗି ପ୍ରତି କିଲୋମିଟରରେ ୦୨ ପଇସା ବୃଦ୍ଧି କରାଯାଇଛି।

ଏହି ଭଡ଼ା ସଂଶୋଧନ ରାଜଧାନୀ, ଶତାବ୍ଦୀ, ଦୂରନ୍ତ, ବନ୍ଦେ ଭାରତ, ତେଜସ, ହମସଫର, ଅମୃତ ଭାରତ, ମହାମାନ, ଗତିମାନ, ଅନ୍ତ୍ୟୋଦୟ, ଜନ ଶତାବ୍ଦୀ, ଯୁବା ଏକ୍ସପ୍ରେସ୍, ଏସି ଭିଷ୍ଟାଡୋମ୍ କୋଚ୍, ଅନୁଭୂତି କୋଚ୍ ଏବଂ ସାଧାରଣ ଅଣ-ଉପନଗର ସେବା ଭଳି ପ୍ରିମିୟର ଏବଂ ସ୍ୱତନ୍ତ୍ର ଟ୍ରେନ୍ ସେବା ପାଇଁ ଲାଗୁ ହେବ । ପ୍ରଯୁଜ୍ୟ ନିୟମ ଅନୁସାରେ ଜିଏସ୍‌ଟି ଲାଗୁ ହେବ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି ।

ଆଜିଠୁ କେବଳ ଅଥେଣ୍ଟିକେଟେଡ୍ ୟୁଜର୍ କରିପାରିବେ ତତ୍କାଳ ବୁକିଂ । ଜୁଲାଇ ଶେଷରୁ ତତ୍କାଳ ବୁକିଂ ଲାଗି OTP-ଆଧାରିତ ପ୍ରମାଣୀକରଣ ବାଧ୍ୟତାମୂଳକ ହେବ। ୧ ଜୁଲାଇ ପୂର୍ବରୁ ଟିକେଟ ବୁକ୍ କରିଥିବା ଯାତ୍ରୀମାନଙ୍କୁ ରେଳ ମନ୍ତ୍ରଣାଳୟ ଆଶ୍ୱସ୍ତି ଦେଇଛି। ବର୍ଦ୍ଧିତ ଭଡ଼ା ୧ ଜୁଲାଇ କିମ୍ବା ଏହା ପରେ ବୁକ୍ ହୋଇଥିବା ଟିକେଟ ଉପରେ ଲାଗୁ ହେବ।

Launching Ceremony of “AYUSHMAN BHARAT

Comments are closed.